ଦୁର୍ନୀତି ଅଭିଯୋଗରେ ଚୀନର ବରିଷ୍ଠ ସେନାଧିକାରୀ ନିଲମ୍ବିତ
ବେଜିଂ: ଦୁର୍ନୀତି ଅଭିଯୋଗରେ ଚୀନ ସେନାବାହିନୀର ଜଣେ ପ୍ରମୁଖ ସେନାଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେନା ପଦପଦବିରେ ସଂସ୍କାରକୁ କଠୋର କରିବାକୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନିର୍ଦ୍ଦେଶ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଉ କିଆନ୍ କହିଛନ୍ତି, ସି ଜିନ୍ପିଂଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସେଣ୍ଟ୍ରାଲ୍ ମିଲିଟାରୀ କମିସନ (ସିଏମ୍ସି)ର ସଦସ୍ୟ ଆଡ୍ମିରାଲ୍ ମିଉ ହୁଆଙ୍କ ଉପରେ ତଦନ୍ତ […]
ବେଜିଂ: ଦୁର୍ନୀତି ଅଭିଯୋଗରେ ଚୀନ ସେନାବାହିନୀର ଜଣେ ପ୍ରମୁଖ ସେନାଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଏହାସହ ତାଙ୍କ ବିରୋଧରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ସେନା ପଦପଦବିରେ ସଂସ୍କାରକୁ କଠୋର କରିବାକୁ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ନିର୍ଦ୍ଦେଶ ପରେ ଏଭଳି ପଦକ୍ଷେପ ନିଆଯାଇଥିବା ଜଣାଯାଇଛି। ଏନେଇ ଏକ ସମ୍ବାଦିକ ସମ୍ମିଳନୀରେ ଚୀନର ପ୍ରତିରକ୍ଷା ମନ୍ତ୍ରଣାଳୟର ମୁଖପାତ୍ର ଉ କିଆନ୍ କହିଛନ୍ତି, ସି ଜିନ୍ପିଂଙ୍କ ଅଧ୍ୟକ୍ଷତାରେ ପରିଚାଳିତ ସେଣ୍ଟ୍ରାଲ୍ ମିଲିଟାରୀ କମିସନ (ସିଏମ୍ସି)ର ସଦସ୍ୟ ଆଡ୍ମିରାଲ୍ ମିଉ ହୁଆଙ୍କ ଉପରେ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ତାଙ୍କ ବିରୋଧରେ ବିଶୃଙ୍ଖଳା ଓ ଦୁର୍ନୀତିର ଅଭିଯୋଗ ରହିଛି। ସୂଚନାଯୋଗ୍ୟ, ଆଡ୍ମିରାଲ୍ ମିଉ ହୁଆ (୬୯) ଚୀନର ଅନ୍ୟତମ ଶକ୍ତିଶାଳୀ ବିଭାଗ ସିଏମ୍ସିର ରାଜନୈତିକ ବିଭାଗର ସଭାପତି ଅଟନ୍ତି। ୯୦ ଦଶକରେ ସି ଜିନ୍ପିଙ୍ଗ୍ ଯେତେବେଳେ ଫୁଜିଆନ୍ରେ ଜଣେ ସାଧାରଣ କର୍ମଚାରୀ ଭାବେ କାର୍ଯ୍ୟ କରୁଥିଲେ ସେହି ସମୟରେ ମିଉଉ ହୁଆ ସେନାର ରାଜନୈତିକ ଅଧିକାରୀ ଭାବେ କର୍ତ୍ତବ୍ୟରତ ଥିଲେ। ସୂଚନାଯୋଗ୍ୟ, ୨୦୨୩ଠାରୁ ବର୍ତ୍ତମାନ ସୁଦ୍ଧା ଚୀନର ୧୨ରୁ ଊର୍ଦ୍ଧ୍ବ ବରିଷ୍ଠ ଓ ପ୍ରମୁଖ ସେନାଧିକାରୀଙ୍କ ବିରୋଧରେ ଅନୁରୂପ ପଦକ୍ଷେପ ନିଆଯାଇଛି। ସେମାନଙ୍କ ମଧ୍ୟରେ, ସେନା ସାମଗ୍ରୀ ଓ ରକେଟ୍ ବାହିନୀର ଅଧିକାରୀ ଲି ସାଙ୍ଗଫୁ, ୱି ଫେଙ୍ଗି ପ୍ରମୁଖ ଅଛନ୍ତି।




