ଦୁର୍ଘଟଣା ପାଇଁ ରାସ୍ତାକୁ ଦାୟୀ କରିବା ଠିକ୍ ନୁହେଁ : ଫଡ଼ନାବିସ
ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଯାଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପାଇଁ ବିରୋଧୀ ଦଳ ନେତାମାନେ ମହାରାଷ୍ଟ୍ରରେ ନିମ୍ନ ମାନର ରାସ୍ତାକୁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି, ମହାରାଷ୍ଟ୍ରରେ ନିମ୍ନ ମାନର ରାସ୍ତା ପାଇଁ ଏହି ଦୁର୍ଘଟଣା ହୋଇଛି। କିନ୍ତୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏଭଳି ଏକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଫଡ଼ନାବିସ କହିଛନ୍ତି, ବସ୍ ଦୁର୍ଘଟଣା ପାଇଁ ରାସ୍ତାକୁ ଦାୟୀ କରିବା ଠିକ୍ ନୁହେଁ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଫଡ଼ନାବିସ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ସମୃଦ୍ଧି […]
ମୁମ୍ବାଇ : ମହାରାଷ୍ଟ୍ରରେ ଘଟିଯାଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ପାଇଁ ବିରୋଧୀ ଦଳ ନେତାମାନେ ମହାରାଷ୍ଟ୍ରରେ ନିମ୍ନ ମାନର ରାସ୍ତାକୁ ଦାୟୀ କରିଛନ୍ତି। ସେମାନେ କହିଛନ୍ତି, ମହାରାଷ୍ଟ୍ରରେ ନିମ୍ନ ମାନର ରାସ୍ତା ପାଇଁ ଏହି ଦୁର୍ଘଟଣା ହୋଇଛି। କିନ୍ତୁ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଏଭଳି ଏକ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଫଡ଼ନାବିସ କହିଛନ୍ତି, ବସ୍ ଦୁର୍ଘଟଣା ପାଇଁ ରାସ୍ତାକୁ ଦାୟୀ କରିବା ଠିକ୍ ନୁହେଁ। ସାମ୍ବାଦିକମାନଙ୍କୁ ସୂଚନା ଦେଇ ଫଡ଼ନାବିସ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ସମୃଦ୍ଧି ଏକ୍ସପ୍ରେସୱେ ନିର୍ମାଣର ମାନକୁ ନେଇ ପ୍ରଶ୍ନ ଉଠାଇବା ଆଦୌ ଠିକ୍ ନୁହେଁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଉକ୍ତ ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ମହାରାଷ୍ଟ୍ରରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ ପିଏମଏନଆରଏଫ୍ରୁ ୨ ଲକ୍ଷ କ୍ଷତିପୂରଣ ଘୋଷଣା କରାଯାଇଛି।




