ଦୁର୍ଘଟଣାସ୍ଥଳରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ମାଡ଼ିଗଲା ଜାଗୁଆର୍‌, ୯ ମୃତ

ଅହମଦାବାଦ : ଗୁରୁବାର ସକାଳେ ଅହମଦାବାଦର ଇସ୍କନ ବ୍ରିଜ୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ‌ହୋଇଛି। ଇସ୍କନ ବ୍ରିଜ୍‌ ଉପରେ ଏକ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାସ୍ଥଳରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ହଠାତ ଏକ ଦ୍ରୁତଗାମୀ ଜାଗୁଆର କାର୍‌ ମାଡ଼ି ଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ ମଧ୍ୟ ଅଛନ୍ତି। ଜାଗୁଆରଟି ଘଣ୍ଟା ପ୍ରତି ୧୬୦ କିମି ବେଗରେ ଯାଉଥିବା ଜଣାପଡ଼ିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ […]

Samaya Live Picture
Published On

ଅହମଦାବାଦ : ଗୁରୁବାର ସକାଳେ ଅହମଦାବାଦର ଇସ୍କନ ବ୍ରିଜ୍‌ରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ‌ହୋଇଛି। ଇସ୍କନ ବ୍ରିଜ୍‌ ଉପରେ ଏକ ଦୁର୍ଘଟଣା ହୋଇଥିଲା। ଏହି ଦୁର୍ଘଟଣାସ୍ଥଳରେ ଠିଆ ହୋଇଥିବା ଲୋକଙ୍କ ଉପରକୁ ହଠାତ ଏକ ଦ୍ରୁତଗାମୀ ଜାଗୁଆର କାର୍‌ ମାଡ଼ି ଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ହୋଇଯାଇଛି। ମୃତକଙ୍କ ମଧ୍ୟରେ ଜଣେ ପୁଲିସ କନେଷ୍ଟବଳ ମଧ୍ୟ ଅଛନ୍ତି। ଜାଗୁଆରଟି ଘଣ୍ଟା ପ୍ରତି ୧୬୦ କିମି ବେଗରେ ଯାଉଥିବା ଜଣାପଡ଼ିଛି। ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉକ୍ତ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ଏବଂ ମୃତକଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ଏବଂ ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି।

Tags: