ଦୁର୍ଘଟଣାରେ ୯ମାସର ଗର୍ଭବତୀ କନେଷ୍ଟବଳ ବିମଳାଙ୍କ ମୃତ୍ୟୁ
ନୂଆଦିଲ୍ଲୀ: ପୁଡୁକୋଟ୍ଟାଇ-ତ୍ରିଚି ସୀମାରେ ଏକ ଦୁର୍ଘଟଣାରେ ଜଣେ ଗର୍ଭବତୀ ମହିଳା ପୁଲିସ କନେଷ୍ଟବଳଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ କନେଷ୍ଟବଳ ଜଣଙ୍କ ୯ ମାସର ଗର୍ଭବତୀ ଥିଲେ। ତାଙ୍କ ନାଁ ଏମ୍ ବିମଳା। ବୟସ ୨୮। ମଣ୍ଡାୟୁର ଥାନାର ସେ ଗ୍ରେଡ୍ ୱାନ୍ କନେଷ୍ଟବଳ। ଥାନାରେ ପହଞ୍ଚିବାପାଇଁ ସେ ତ୍ରିଚି ଜାତୀୟ ରାଜପଥ ପାରି ହେବାକୁ ପୁଡୁାକୋଟ୍ଟାଇ ଜଙ୍କସନ୍ରେ ଠିଆ ହୋଇଥିବାବେଳେ ହଠାତ ପଛରୁ ଏକ କାର୍ ଆସି ତାଙ୍କୁ ପିଟି ଦେଇଥିଲା। ସେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ […]
ନୂଆଦିଲ୍ଲୀ: ପୁଡୁକୋଟ୍ଟାଇ-ତ୍ରିଚି ସୀମାରେ ଏକ ଦୁର୍ଘଟଣାରେ ଜଣେ ଗର୍ଭବତୀ ମହିଳା ପୁଲିସ କନେଷ୍ଟବଳଙ୍କର ମୃତ୍ୟୁ ହୋଇଯାଇଛି। ପୁଲିସ କନେଷ୍ଟବଳ ଜଣଙ୍କ ୯ ମାସର ଗର୍ଭବତୀ ଥିଲେ। ତାଙ୍କ ନାଁ ଏମ୍ ବିମଳା। ବୟସ ୨୮। ମଣ୍ଡାୟୁର ଥାନାର ସେ ଗ୍ରେଡ୍ ୱାନ୍ କନେଷ୍ଟବଳ। ଥାନାରେ ପହଞ୍ଚିବାପାଇଁ ସେ ତ୍ରିଚି ଜାତୀୟ ରାଜପଥ ପାରି ହେବାକୁ ପୁଡୁାକୋଟ୍ଟାଇ ଜଙ୍କସନ୍ରେ ଠିଆ ହୋଇଥିବାବେଳେ ହଠାତ ପଛରୁ ଏକ କାର୍ ଆସି ତାଙ୍କୁ ପିଟି ଦେଇଥିଲା। ସେ ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକମାନେ ତାଙ୍କୁ ଏମଜିଏମଜିଏଚ୍ (ମହାତ୍ମା ଗାନ୍ଧୀ ମେମୋରିଆଲ ଗଭର୍ଣ୍ଣମେଣ୍ଟ ହସ୍ପିଟାଲ୍) ନେଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି। ବିମଳାଙ୍କର ୨ବର୍ଷର ପୁଅ ଅଛି ଏବଂ ତାଙ୍କ ସ୍ବାମୀ ବିଦେଶରେ ଅଛନ୍ତି।




