ଦୁର୍ଘଟଣାରେ ୩ ପୁଅଙ୍କୁ ହରାଇ ଦେଲେ ପଶ୍ଚିମବଙ୍ଗର ପୂର୍ଣ୍ଣିମା
କୋଲକାତା : ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ପୂର୍ଣ୍ଣିମା ଗାୟେନ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ୩ ପୁଅଙ୍କୁ ହରାଇ ଦେଇଛନ୍ତି। ପୂର୍ଣ୍ଣିମା ଗାୟେନଙ୍କ ୩ ପୁଅ ହାରନ ଗାୟେନ, ନିଶିକାନ୍ତ ଗାୟେନ ଏବଂ ଦିବାକର ଗାୟେନ କରମଣ୍ଡଳ ଏକ୍ସପ୍ରେସରେ ଥିଲେ। ସେମାନେ ଆନ୍ଧ୍ରପ୍ରଦେଶକୁ ଯାଉଥିଲେ। ଶୁକ୍ରବାର ଟିଭିରେ ଦୁର୍ଘଟଣା ଖବର ଦେଖିବାପରେ ପୂର୍ଣ୍ଣିମା ଗାୟେନଙ୍କ ସମ୍ପର୍କୀୟମାନେ ହାୱଡ଼ା ଏବଂ ଖଡ଼ଗପୁର ରେଳ ଷ୍ଟେସନ୍ର ହେଲ୍ପଲାଇନ ନମ୍ବରରେ ବାରମ୍ବାର ଫୋନ୍ କରିଥିଲେ। ପୂର୍ଣ୍ଣିମାଙ୍କର ୩ ପୁଅଙ୍କ […]
କୋଲକାତା : ପଶ୍ଚିମବଙ୍ଗ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ପୂର୍ଣ୍ଣିମା ଗାୟେନ ବାଲେଶ୍ବର ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ୩ ପୁଅଙ୍କୁ ହରାଇ ଦେଇଛନ୍ତି। ପୂର୍ଣ୍ଣିମା ଗାୟେନଙ୍କ ୩ ପୁଅ ହାରନ ଗାୟେନ, ନିଶିକାନ୍ତ ଗାୟେନ ଏବଂ ଦିବାକର ଗାୟେନ କରମଣ୍ଡଳ ଏକ୍ସପ୍ରେସରେ ଥିଲେ। ସେମାନେ ଆନ୍ଧ୍ରପ୍ରଦେଶକୁ ଯାଉଥିଲେ। ଶୁକ୍ରବାର ଟିଭିରେ ଦୁର୍ଘଟଣା ଖବର ଦେଖିବାପରେ ପୂର୍ଣ୍ଣିମା ଗାୟେନଙ୍କ ସମ୍ପର୍କୀୟମାନେ ହାୱଡ଼ା ଏବଂ ଖଡ଼ଗପୁର ରେଳ ଷ୍ଟେସନ୍ର ହେଲ୍ପଲାଇନ ନମ୍ବରରେ ବାରମ୍ବାର ଫୋନ୍ କରିଥିଲେ। ପୂର୍ଣ୍ଣିମାଙ୍କର ୩ ପୁଅଙ୍କ ବିସୟରେ ସେମାନେ ଖବର ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସଙ୍ଗେସଙ୍ଗେ କିଛି ସୂଚନା ମିଳିନଥିଲା। ଆଜି ଜଣାପଡ଼ିଛି ଯେ ପୂର୍ଣ୍ଣିମା ଦୁର୍ଘଟଣାରେ ତାଙ୍କ ୩ ପୁଅଙ୍କୁ ହରାଇ ଦେଇଛନ୍ତି।




