ଦୁର୍ଘଟଣାରେ ଦିଲ୍ଲୀ ପୁଲିସଙ୍କର ମୃତ୍ୟୁ
ନୂଆଦିଲ୍ଲୀ : ଦିଲ୍ଲୀର ପଂଜାବୀ ବାଗ୍ ଅଞ୍ଚଳ ରୋହତକ୍ ରୋଡ୍ରେ ଆଜି ଜଣେ ଦିଲ୍ଲୀ ପୁଲିସଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୁଲିସଙ୍କ କାର୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। କିନ୍ତୁ ସେ ଏହି ସମୟରେ କାର୍ରେ ନଥିଲେ। କାର୍ରେ କୌଣସି ସମସ୍ୟା ପାଇଁ କାର୍ ରାସ୍ତା କଡ଼ରେ ଠିଆ କରି ସେ କାର୍ ବାହାରେ ଠିଆ ହୋଇଥିଲେ। ଏହି ସମୟରେ ଏକ ଟ୍ରକ୍ ଆସି କାର୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ […]
ନୂଆଦିଲ୍ଲୀ : ଦିଲ୍ଲୀର ପଂଜାବୀ ବାଗ୍ ଅଞ୍ଚଳ ରୋହତକ୍ ରୋଡ୍ରେ ଆଜି ଜଣେ ଦିଲ୍ଲୀ ପୁଲିସଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ପୁଲିସଙ୍କ କାର୍କୁ ଏକ ଟ୍ରକ୍ ଧକ୍କା ଦେଇଥିଲା। କିନ୍ତୁ ସେ ଏହି ସମୟରେ କାର୍ରେ ନଥିଲେ। କାର୍ରେ କୌଣସି ସମସ୍ୟା ପାଇଁ କାର୍ ରାସ୍ତା କଡ଼ରେ ଠିଆ କରି ସେ କାର୍ ବାହାରେ ଠିଆ ହୋଇଥିଲେ। ଏହି ସମୟରେ ଏକ ଟ୍ରକ୍ ଆସି କାର୍କୁ ପଛରୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୃତ ପୁଲିସଙ୍କ ନାଁ ଇନ୍ସପେକ୍ଟର ଜଗବୀର ସିଂହ। ଦୁର୍ଘଟଣାରେ କାର୍ ଡ୍ରାଇଭରଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଛି। ଦୁର୍ଘଟଣା ଘଟାଇ ଟ୍ରକ୍ ଡ୍ରାଇଭର ସ୍ଥାନ ଛାଡ଼ି ପଳାଇଛି।




