ଦୀର୍ଘ ୧୦୦ ଦିନ ପରେ ହିଂସା ପ୍ରବଣ ମଣିପୁରରେ ଇଣ୍ଟରନେଟ୍ ସେବା ଫେରିଲା
ନୂଆଦିଲ୍ଲୀ : ଦୀର୍ଘ ୧୦୦ ଦିନ ପରେ ମଣିପୁରରେ ଇଣ୍ଟରନେଟ୍ ସେବା ଫେରିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆଜିଠାରୁ ମଣିପୁରରେ ଇଣ୍ଟରନେଟ୍ ସେବା ପୁଣିଥରେ ଆରମ୍ଭ ହେଲା। ୪ ମାସ ଧରି ମଣିପୁରରେ ଇଣ୍ଟରନେଟ୍ ନିଷିଦ୍ଧ ରହିଥିଲା। ତେବେ ମଣିପୁର ସ୍ଥିତିରେ ସୁଦ୍ଧାର ଆସିବାରୁ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ଭାବେ ଫେରିଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖରେ ରାଜ୍ୟରେ ହିଂସା ହେବା ପରଠାରୁ ଇଣ୍ଟରନେଟ୍ […]
ନୂଆଦିଲ୍ଲୀ : ଦୀର୍ଘ ୧୦୦ ଦିନ ପରେ ମଣିପୁରରେ ଇଣ୍ଟରନେଟ୍ ସେବା ଫେରିଛି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ୍ ସିଂହ ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଆଜିଠାରୁ ମଣିପୁରରେ ଇଣ୍ଟରନେଟ୍ ସେବା ପୁଣିଥରେ ଆରମ୍ଭ ହେଲା। ୪ ମାସ ଧରି ମଣିପୁରରେ ଇଣ୍ଟରନେଟ୍ ନିଷିଦ୍ଧ ରହିଥିଲା। ତେବେ ମଣିପୁର ସ୍ଥିତିରେ ସୁଦ୍ଧାର ଆସିବାରୁ ଇଣ୍ଟରନେଟ୍ ସେବା ସମ୍ପୂର୍ଣ୍ଣ ଭାବେ ଫେରିଛି। ଉଲ୍ଲେଖଯୋଗ୍ୟ ଯେ ମେ’ ୩ ତାରିଖରେ ରାଜ୍ୟରେ ହିଂସା ହେବା ପରଠାରୁ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଜୁଲାଇ ୨୫ରେ ନିର୍ଦ୍ଦିଷ୍ଟ ସର୍ତ୍ତ ଆଧାରରେ ବ୍ରଡବ୍ୟାଣ୍ଡ୍ ସେବା ଆରମ୍ଭ ହେଲା। ସେ ସମୟରେ ମଧ୍ୟ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଥିଲା। ଉଲ୍ଲେଖଯୋଗ୍ୟ ଯେ ମଣିପୁର ହିଂସାରେ ୧୬୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୬୦ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି।




