ଦୀପାବଳିରେ ସୁନକଙ୍କୁ ଭେଟିଲେ ଜୟଶଙ୍କର, ସ୍ବତନ୍ତ୍ର ଉପହାର ଦେଲେ

ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ରବିବାର ଦିନ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଦୀପାବଳିର ଶୁଭେଚ୍ଛା ବାର୍ତ୍ତା ଧରି ଜୟଶଙ୍କର ୧୦ ଡାଉନିଂ ଷ୍ଟ୍ରିଟ୍ରେ ପହଞ୍ଚିଛନ୍ତି ଏବଂ ସୁନକଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏସ୍ ଜୟଶଙ୍କର ପତ୍ନୀ କ୍ୟୋକ ଜୟଶଙ୍କରଙ୍କ ସହ ବ୍ରିଟେନ୍ରେ ପହଞ୍ଚିଥିଲେ। ଋଷି ଏବଂ ଅକ୍ଷତା ମୂ୍ର୍ତ୍ତିଙ୍କୁ ସେ କ୍ରିକେଟର ବିରାଟ କୋହଲିଙ୍କ ଅଟୋଗ୍ରାଫ୍ […]

Samaya Live Picture
Published On

ନୂଆଦିଲ୍ଲୀ : ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ରବିବାର ଦିନ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ପତ୍ନୀ ଅକ୍ଷତା ମୂର୍ତ୍ତିଙ୍କୁ ଭେଟିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ଦୀପାବଳିର ଶୁଭେଚ୍ଛା ବାର୍ତ୍ତା ଧରି ଜୟଶଙ୍କର ୧୦ ଡାଉନିଂ ଷ୍ଟ୍ରିଟ୍ରେ ପହଞ୍ଚିଛନ୍ତି ଏବଂ ସୁନକଙ୍କୁ ଭେଟି ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏସ୍ ଜୟଶଙ୍କର ପତ୍ନୀ କ୍ୟୋକ ଜୟଶଙ୍କରଙ୍କ ସହ ବ୍ରିଟେନ୍ରେ ପହଞ୍ଚିଥିଲେ। ଋଷି ଏବଂ ଅକ୍ଷତା ମୂ୍ର୍ତ୍ତିଙ୍କୁ ସେ କ୍ରିକେଟର ବିରାଟ କୋହଲିଙ୍କ ଅଟୋଗ୍ରାଫ୍ ଥିବା ବ୍ୟାଟ୍ ଏବଂ ପ୍ରଭୁ ଗଣେଶଙ୍କା ଏକ ମୂ୍ର୍ତ୍ତି ଉପହାର ଦେଇଛନ୍ତି। ସୁନକ ଏବଂ ତାଙ୍କ ପତ୍ନୀଙ୍କୁ ଭେଟିଥିବାର ଫଟୋ ଜୟଶଙ୍କର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଗସ୍ତ ଅବସରରେ ଜୟଶଙ୍କର ତାଙ୍କ ବ୍ରିଟେନ ପ୍ରତିପକ୍ଷ ଜେମ୍ସ କ୍ଲେଭରଲିଙ୍କୁ ଭେଟିବେ। ୧୧ ତାରିଖରେ ବ୍ରିଟେନ ଯାତ୍ରା ଆରମ୍ଭ କରିଥିବା ଜୟଶଙ୍କର ନଭେମ୍ବର ୧୫ ତାରିଖରେ ଭାରତ ଫେରିବେ।

Tags: