ଦିଲ୍ଲୀ ହାଇକୋର୍ଟରେ ବୋମା ଆତଙ୍କ, ସୁରକ୍ଷା କଡ଼ାକଡ଼ି

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିବାପରେ ହାଇକୋର୍ଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କୋର୍ଟ ପରିସରରେ ବୋମା ବିସ୍ଫୋରଣ କରାଯିବା ନେଇ ଇମେଲ୍ ଯୋଗେ ଧମକ ମିଳିବାପରେ କୋର୍ଟ କର୍ତ୍ତୃପକ୍ଷମାନେ ସତର୍କ ହୋଇଯାଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ଧମକ ମିଳିଥିଲା। ସବୁଠାରୁ ବଡ଼ ଧରଣର ବିସ୍ଫୋରଣ କରାଯିବ ବୋଲି ଇମେଲ୍ ଯୋଗେ କୁହାଯାଇଥିଲା। କୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରୁ ଏହି ମେଲ୍ ଆସିଥିଲା। ଇମେଲ୍ରେ ଲେଖାଯାଇଥିଲା, ଫେବ୍ରୁଆରି ୧୫ରେ ମୁଁ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ବିସ୍ଫୋରଣ ପାଇଁ ଧମକ ମିଳିବାପରେ ହାଇକୋର୍ଟରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। କୋର୍ଟ ପରିସରରେ ବୋମା ବିସ୍ଫୋରଣ କରାଯିବା ନେଇ ଇମେଲ୍ ଯୋଗେ ଧମକ ମିଳିବାପରେ କୋର୍ଟ କର୍ତ୍ତୃପକ୍ଷମାନେ ସତର୍କ ହୋଇଯାଇଛନ୍ତି। ବୁଧବାର ବିଳମ୍ବିତ ରାତିରେ ଏହି ଧମକ ମିଳିଥିଲା। ସବୁଠାରୁ ବଡ଼ ଧରଣର ବିସ୍ଫୋରଣ କରାଯିବ ବୋଲି ଇମେଲ୍ ଯୋଗେ କୁହାଯାଇଥିଲା। କୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ନିକଟରୁ ଏହି ମେଲ୍ ଆସିଥିଲା। ଇମେଲ୍ରେ ଲେଖାଯାଇଥିଲା, ଫେବ୍ରୁଆରି ୧୫ରେ ମୁଁ ତୁମକୁ ବିସ୍ଫୋରଣରେ ଉଡ଼ାଇ ଦେବି। ଏହା ଦିଲ୍ଲୀରେ ସବୁଠାରୁ ବଡ଼ ବିସ୍ଫୋରଣ ହେବ। ଇମେଲରେ କୁହାଯାଇଛି ଯେତେ ପାରୁଛ ସୁରକ୍ଷା କଡ଼ାକଡ଼ି କରି ଏବଂ ସମସ୍ତ ମନ୍ତ୍ରୀଙ୍କୁ ଡାକ। ଆମେ ତୁମମାନଙ୍କୁ ଏକାଠି ଉଡ଼ାଇ ଦେବୁ। ଏହି ସମାନ ଦିନ ବିହାର ଡିଜିପି ମଧ୍ୟ ବୋମା ବିସ୍ଫୋରଣ ନେଇ ହ୍ବାଟ୍ସଆପ୍ ମେସେଜ ଏବଂ ଅଡିଓ କ୍ଲିପରେ ଧମକ ପାଇଛନ୍ତି। ଅଭିଯୁକ୍ତକୁ ପରେ କର୍ଣ୍ଣାଟକରୁ ଗିରଫ କରି ପାଟନା ଅଣାଯାଇଛି।

Tags: