ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯିବେ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫକୁ ଚ୍ୟାଲ୍ୟେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନ ଖାରଜ କରିଦେଇଛନ୍ତି। ଏହାପରେ କେଜ୍ରିୱାଲ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ। ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ନ୍ୟାୟିକ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁନାହିଁ ଏବଂ ରିମାଣ୍ଡ ମଧ୍ୟ ବେଆଇନ ନୁହେଁ […]
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ତାଙ୍କ ଗିରଫକୁ ଚ୍ୟାଲ୍ୟେଞ୍ଜ କରି ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ କରିଥିଲେ। କିନ୍ତୁ କୋର୍ଟ ଏହି ଆବେଦନ ଖାରଜ କରିଦେଇଛନ୍ତି। ଏହାପରେ କେଜ୍ରିୱାଲ ହାଇକୋର୍ଟଙ୍କ ରାୟକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବେ। ଅରବିନ୍ଦ କେଜ୍ରିୱାଲଙ୍କ ଗିରଫ ନ୍ୟାୟିକ ବ୍ୟବସ୍ଥାର ବିରୁଦ୍ଧାଚରଣ କରୁନାହିଁ ଏବଂ ରିମାଣ୍ଡ ମଧ୍ୟ ବେଆଇନ ନୁହେଁ ବୋଲି ଜଷ୍ଟିସ ସ୍ବର୍ଣ୍ଣ କାନ୍ତ ଶର୍ମା ରାୟ ଦେବାବେଳେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ତାଙ୍କ ଗିରଫକୁ ବିରୋଧ କରିବା ସହ ଇଡି ରିମାଣ୍ଡକୁ ମଧ୍ୟ ଚାଲେଞ୍ଜ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କେଜ୍ରିୱାଲ ଗତ ମାର୍ଚ୍ଚ ୨୧ ତାରିଖରେ ଗିରଫ ହୋଇଥିଲେ। ମନି ଲଣ୍ଡରିଂ ମାମଲାରେ ହାଇକୋର୍ଟ କେଜ୍ରିୱାଲଙ୍କୁ ଗିରଫରୁ ସୁରକ୍ଷା ନଦେବାପରେ ସେ ଗିରଫ ହୋଇଛନ୍ତି।




