ଦିଲ୍ଲୀ, ହରିୟାଣା ପାଇଁ ଲୋକସଭା ନିର୍ବାଚନ ପ୍ରାର୍ଥୀ ଘୋଷଣା କଲା ଆପ୍

ନୂଆଦିଲ୍ଲୀ: କଂଗ୍ରେସ ଦଳ ସହ ଆସନ ବୁଝାମଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ଆଜି ଦିଲ୍ଲୀ ଏବଂ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀରେ ୩ ଆସନରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଫୋକସ କରୁଛି। ତେବେ ଦିଲ୍ଲୀରେ ଆପର ପ୍ରାର୍ଥୀ ହେବେ ଦଳର ବରିଷ୍ଠ ନେତା ସୋମନାଥ ଭାରତୀ (ନୂଆଦିଲ୍ଲୀ), ସାହିରାମ ପେହଲୱାନ (ଦକ୍ଷିଣ ଦିଲ୍ଲୀ), ମହାବଳ ମିଶ୍ର (ପଶ୍ଚିମ […]

Samaya Live Picture
Published On

ନୂଆଦିଲ୍ଲୀ: କଂଗ୍ରେସ ଦଳ ସହ ଆସନ ବୁଝାମଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ଆମ୍ ଆଦମୀ ପାର୍ଟି ଆଜି ଦିଲ୍ଲୀ ଏବଂ ହରିୟାଣା ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଦିଲ୍ଲୀରେ ୩ ଆସନରେ ନିର୍ବାଚନ ଲଢ଼ୁଥିବା କଂଗ୍ରେସ ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାରେ ଫୋକସ କରୁଛି। ତେବେ ଦିଲ୍ଲୀରେ ଆପର ପ୍ରାର୍ଥୀ ହେବେ ଦଳର ବରିଷ୍ଠ ନେତା ସୋମନାଥ ଭାରତୀ (ନୂଆଦିଲ୍ଲୀ), ସାହିରାମ ପେହଲୱାନ (ଦକ୍ଷିଣ ଦିଲ୍ଲୀ), ମହାବଳ ମିଶ୍ର (ପଶ୍ଚିମ ଦିଲ୍ଲୀ) ଏବଂ କୁଲଦୀପ କୁମାର (ପୂର୍ବ ଦିଲ୍ଲୀ)। ସେହିପରି ହରିୟାଣାର କୁରୁକ୍ଷେତ୍ରରେ ଆପର ପ୍ରାର୍ଥୀ ହେଉଛନ୍ତି ସୁଶୀଲ ଗୁପ୍ତା। ଅନେକ ବୈଠକ ପରେ ଉକ୍ତ ଆସନ ଗୁଡ଼ିକରେ ପ୍ରାର୍ଥୀ ଚୂଡ଼ାନ୍ତ ହୋଇଛି। ବରିଷ୍ଠ ଆପ୍ ନେତା ଗୋପାଳ ରାୟ କହିଛନ୍ତି, ଆମକୁ ପ୍ରତି ଆସନରେ ଜିତିବାକୁ ପଡ଼ିବ। ସେ କହିଛନ୍ତି, ବିଜେିପ ସାଂସଦ ଲୋକଙ୍କ ପାଇଁ କାମ କରୁନାହାନ୍ତି କି ଲୋକଙ୍କ ଗହଣରେ ରହୁନାହାନ୍ତି। କିନ୍ତୁ ଆପ୍ ସାଂସଦ ଦିନ ରାତି ଲୋକଙ୍କ ପାଇଁ କାମ କରୁଛନ୍ତି। ରାୟ କହିଛନ୍ତି, ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀରେ ଜଣେ ଏସସି ପ୍ରାର୍ଥୀଙ୍କୁ ଦେଇ ଦଳ ଏକ ଐତିହାସିକ ନିଷ୍ପତ୍ତି ନେଇଛି।

Tags: