ଦିଲ୍ଲୀ ହତ୍ୟାକାଣ୍ଡ, ଅଭିଯୁକ୍ତ ସାହିଲ ୧୫ ଦିନ ଆଗରୁ ହତ୍ୟା ଯୋଜନା କରିଥିଲା
ନୂଆଦିଲ୍ଲୀ : ଗତ ରବିବାର ହୋଇଥିବା ଦିଲ୍ଲୀ ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବିଚ୍ ରାସ୍ତାରେ ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ବର୍ବର ହତ୍ୟା କରାଯାଇଛି। ନାବାଳିକାଙ୍କ ପ୍ରେମିକ ତାଙ୍କୁ ୨୨ଥର ଛୁରୀରେ ଭୁଶିବା ସହ ତାଙ୍କ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ହତ୍ୟା କରିଥିଲା। ତେବେ ଏହି ସମୟରେ ଅନେକ ଲୋକ ରାସ୍ତା ଦେଇ ଯାଉଥିଲେ। କିନ୍ତୁ କେହି ବି ନାବାଳିକାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ। ନାବାଳିକାଙ୍କ ନାଁ ସାକ୍ଷୀ। ଅନ୍ୟପକ୍ଷେ ଅଭିଯୁକ୍ତର ନାଁ ସାହିଲ। […]
ନୂଆଦିଲ୍ଲୀ : ଗତ ରବିବାର ହୋଇଥିବା ଦିଲ୍ଲୀ ହତ୍ୟାକାଣ୍ଡ ସାରା ଦେଶକୁ ସ୍ତବ୍ଧ କରିଦେଇଛି। ବିଚ୍ ରାସ୍ତାରେ ଜଣେ ନାବାଳିକାଙ୍କୁ ଅତ୍ୟନ୍ତ ବର୍ବର ହତ୍ୟା କରାଯାଇଛି। ନାବାଳିକାଙ୍କ ପ୍ରେମିକ ତାଙ୍କୁ ୨୨ଥର ଛୁରୀରେ ଭୁଶିବା ସହ ତାଙ୍କ ମୁଣ୍ଡକୁ ବାରମ୍ବାର ପଥରରେ ଛେଚି ହତ୍ୟା କରିଥିଲା। ତେବେ ଏହି ସମୟରେ ଅନେକ ଲୋକ ରାସ୍ତା ଦେଇ ଯାଉଥିଲେ। କିନ୍ତୁ କେହି ବି ନାବାଳିକାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିନଥିଲେ। ନାବାଳିକାଙ୍କ ନାଁ ସାକ୍ଷୀ। ଅନ୍ୟପକ୍ଷେ ଅଭିଯୁକ୍ତର ନାଁ ସାହିଲ। ପୁଲିସ ସାହିଲକୁ ଗତକାଲି ଗିରଫ କରିଛି। ଦିଲ୍ଲୀ ପୁଲିସ ସାହିଲକୁ ଜେରା କରୁଛି। ସାହିଲକୁ ବାୱନା ଥାନାରେ ରଖାଯାଇଛି। ଦିଲ୍ଲୀ ପୁଲିସ ଅଧିକାରୀଙ୍କ ଅନୁଯାୟୀ ଏଭଳି ଜଘନ୍ୟ ଅପରାଧ ପାଇଁ ସାହିଲ ମନରେ କୌଣସି ଅନୁଶୋଚନା ନାହିଁଁ। ସାହିଲ ୧୫ ଦିନ ପୂର୍ବରୁ ନାବାଳିକାଙ୍କୁ ହତ୍ୟା ଯୋଜନା କରିଥିଲା ବୋଲି ପୁଲିସ ସନ୍ଦେହ କରୁଛି। କାରଣ ୧୫ ଦିନ ପୂର୍ବରୁ ସାହିଲ ହତ୍ୟାରେ ବ୍ୟବହାର ହୋଇଥିବା ଛୁରି କିଣିଥିଲା। ତେବେ ସେ କେଉଁଠାରୁ ଛୁରୀ କିଣିଥିଲା ସେନେଇ କିଛି ସ୍ପଷ୍ଟ କରିନି। ସାହିଲକୁ ପୁଲିସ ୨ ଦିନ ପାଇଁ ରିମାଣ୍ଡରେ ନେଇଛି। ଅଭିଯୁକ୍ତ ସାହିଲ ବାରମ୍ବାର ମତ ବଦଳାଉଥିବାରୁ ପୁଲିସ ପାଇଁ ମାମଲାର ତଦନ୍ତ କରିବା କଷ୍ଟଦାୟକ ହୋଇଯାଇଛି।




