ଦିଲ୍ଲୀ ସିଏମ୍ଓର ଏକ୍ସ ଆକାଉଣ୍ଟ୍‌ ବଦଳାଇଲେ, ଡିଲିଟ୍‌ କଲେ କେଜ୍ରିୱାଲ

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପୁଣି ଏକ ସଦ୍ୟ ରାଜନୈତିକ ବିବାଦ ଦେଖାଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସିଏମ୍‌ଓ ତଥା‌ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ର ସରକାରୀ ଏକ୍ସ ଆକାଉଣ୍ଟ୍‌କୁ ଚୋରି କରିଛନ୍ତି ବୋଲି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଅଭିଯୋଗ କରିଛନ୍ତି। ଦିଲ୍ଲୀ ସିଏମ୍‌ଓର ଏକ୍ସ ଆକାଉଣ୍ଟ୍‌ ଏକ ଅଫିସ୍‌କୁ ପ୍ରତିନିଧିତ୍ବ କରୁଛି। ଏହା କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ। କିନ୍ତୁ ଏହି ଆକାଉଣ୍ଟ୍‌ର ନାମ ବଦଳାଇ ଏହାକୁ ‘ଅରବିନ୍ଦ କେଜ୍ରିୱାଲ ଆଟ୍‌ ୱାର୍କ’ କରାଯିବାପରେ ବିବାଦ ଉପୁଜିଛି। […]

ଦିଲ୍ଲୀ ସିଏମ୍ଓର ଏକ୍ସ ଆକାଉଣ୍ଟ୍‌ ବଦଳାଇଲେ, ଡିଲିଟ୍‌ କଲେ କେଜ୍ରିୱାଲ
Samaya Live Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ପୁଣି ଏକ ସଦ୍ୟ ରାଜନୈତିକ ବିବାଦ ଦେଖାଦେଇଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସିଏମ୍‌ଓ ତଥା‌ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍‌ର ସରକାରୀ ଏକ୍ସ ଆକାଉଣ୍ଟ୍‌କୁ ଚୋରି କରିଛନ୍ତି ବୋଲି ଦିଲ୍ଲୀ ବିଜେପି ମୁଖ୍ୟ ବୀରେନ୍ଦ୍ର ସଚଦେବ ଅଭିଯୋଗ କରିଛନ୍ତି। ଦିଲ୍ଲୀ ସିଏମ୍‌ଓର ଏକ୍ସ ଆକାଉଣ୍ଟ୍‌ ଏକ ଅଫିସ୍‌କୁ ପ୍ରତିନିଧିତ୍ବ କରୁଛି। ଏହା କୌଣସି ବ୍ୟକ୍ତିବିଶେଷଙ୍କର ନୁହେଁ। କିନ୍ତୁ ଏହି ଆକାଉଣ୍ଟ୍‌ର ନାମ ବଦଳାଇ ଏହାକୁ ‘ଅରବିନ୍ଦ କେଜ୍ରିୱାଲ ଆଟ୍‌ ୱାର୍କ’ କରାଯିବାପରେ ବିବାଦ ଉପୁଜିଛି। ସାମ୍ବାଦିକଙ୍କୁ ସୂଚନା ଦେଇ ବୀରେନ୍ଦ୍ର ସଚଦେବ କହିଛନ୍ତି, ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ସିଏମ୍‌ଓର ଅଫିସ ଆକାଉଣ୍ଟ୍‌ ବଦଳାଇ ନିଜ ଆକାଉଣ୍ଟ୍‌ରେ ପରିଣତ କରିଛନ୍ତି। ଏହା ସରକାରୀ ଅର୍ଥର ସିଧାସଳଖ ଲୁଟ୍‌ । ଏହାକୁ ଡିଜିଟାଲ୍‌ ଲୁଟ୍‌ କୁହାଯିବ। ଆମେ ଦିଲ୍ଲୀ ଉପରାଜ୍ୟପାଳଙ୍କ ନିକଟରେ ଏହା ଦାବି କରୁଛୁ ଯେ ଦିଲ୍ଲୀ ସରକାରଙ୍କ ଆଇଟି ବିଭାଗ ଉକ୍ତ ମାମଲାରେ ତୁରନ୍ତ ଏତଲା ରୁଜୁ କରି ମାମଲାର ତଦନ୍ତ ଆରମ୍ଭ କରିବା ଉଚିତ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା‌ ଉଚିତ। ପୂରା ଆକାଉଣ୍ଟ୍‌ ପରେ ଡିଲିଟ୍‌ କରାଯାଇଛି ବୋଲି ସେ କହିଛନ୍ତି। ଦିଲ୍ଲୀ ବିଜେପି ମୁଖ୍ୟ ପରେ ସୋସିଆଲ ମିଡିଆରେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ଉଦ୍ଦେଶ୍ୟରେ ଏକ ପୋଷ୍ଟ୍‌ କରି କହିଛନ୍ତି, ‘ ପୂର୍ବତନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କିଭଳି ଦିଲ୍ଲୀ ସରକାରଙ୍କ ଡିଜିଟାଲ୍‌ ସମ୍ବଳକୁ ଲୁଟ୍‌ କରିଛନ୍ତି ତାହା ମୁଁ ଆପଣଙ୍କ ନଜରକୁ ଆଣିବାକୁ ଚାହୁଛି। ଦଶନ୍ଧି ପୂର୍ବରୁ ଏକ ଟ୍ବିଟର ଆକାଉଣ୍ଟ୍‌ (ବର୍ତ୍ତମାନର ଏକ୍ସ) ଦିଲ୍ଲୀରେ ସରକାରୀ ଟଙ୍କାରେ ଖୋଲାଯାଇଥିଲା ଏବଂ ଏହାର ନାଁ ରହିଥିଲା ‘ସିଏମ୍‌ଓ ଦିଲ୍ଲୀ’ । ଲକ୍ଷ ଲକ୍ଷ ଲୋକଙ୍କୁ ଏଥିରେ ଯୋଗ ଦେବାପାଇଁ ଆମନ୍ତ୍ରଣ କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର କଥା ଏହା ଯେ ଅରବିନ୍ଦ କେଜ୍ରିୱାଲ ଏବଂ ଆତିଶୀ ସରକାରର ପତନ ପରେ ‘ସିଏମ୍‌ଓ ଦିଲ୍ଲୀ’ ଏକ୍ସ ଆକାଉଣ୍ଟ୍‌ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ଆକାଉଣ୍ଟ୍‌ରେ ପରିଣତ ହୋଇଛି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସରକାରୀ ଟଙ୍କାର ଲୁଟ୍‌।

Tags: