ଦିଲ୍ଲୀ ସରକାରୀ ହସ୍‌ପିଟାଲ୍‌ରେ ରୋଗୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଫେରାର୍‌

ନୂଆଦିଲ୍ଳୀ: ଦିଲ୍ଲୀର ଏକ ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀକୁ ଜଣେ ଅଭିଯୁକ୍ତ ଗୁଳି କରି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ଅତି ରହସ୍ୟଜନକ ଭାବେ ଅଭିଯୁକ୍ତ ଜଣକ ଫେରାର୍‌ ହୋଇଯାଇଛି। ଅତିରିକ୍ତ ପୁଲିସ ଉପ-କମିସନର ବିଷ୍ଣୁ କୁମାର ଶର୍ମାଙ୍କ ସୂଚନାନୁସାରେ, ଜୁନ୍‌ ୨୩ ତାରିଖରେ ଖଜୁରିଖାସ ଇଲାକାର ରିଆଜୁଦ୍ଦିନ୍‌ (୩୫)ପେଟ ଯନ୍ତ୍ରଣା ନିମନ୍ତେ ଗୁରୁ ତେଗ୍‌ ବାହାଦୁର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପେଟରେ ଅସ୍ତ୍ରୋପଚାର ପରେ ରିଆଜୁଦ୍ଦିନ୍‌ ହସ୍‌ପିଟାଲ୍‌ରେ […]

Samaya Live Picture
Published On

ନୂଆଦିଲ୍ଳୀ: ଦିଲ୍ଲୀର ଏକ ସରକାରୀ ହସ୍‌ପିଟାଲ୍‌ରେ ଚିକିତ୍ସା ପାଇଁ ଆସିଥିବା ଜଣେ ରୋଗୀକୁ ଜଣେ ଅଭିଯୁକ୍ତ ଗୁଳି କରି ହତ୍ୟା କରିଛି। ହତ୍ୟାକାଣ୍ଡ ଘଟାଇବା ପରେ ସେଠାରୁ ଅତି ରହସ୍ୟଜନକ ଭାବେ ଅଭିଯୁକ୍ତ ଜଣକ ଫେରାର୍‌ ହୋଇଯାଇଛି। ଅତିରିକ୍ତ ପୁଲିସ ଉପ-କମିସନର ବିଷ୍ଣୁ କୁମାର ଶର୍ମାଙ୍କ ସୂଚନାନୁସାରେ, ଜୁନ୍‌ ୨୩ ତାରିଖରେ ଖଜୁରିଖାସ ଇଲାକାର ରିଆଜୁଦ୍ଦିନ୍‌ (୩୫)ପେଟ ଯନ୍ତ୍ରଣା ନିମନ୍ତେ ଗୁରୁ ତେଗ୍‌ ବାହାଦୁର ସରକାରୀ ହସ୍‌ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ପେଟରେ ଅସ୍ତ୍ରୋପଚାର ପରେ ରିଆଜୁଦ୍ଦିନ୍‌ ହସ୍‌ପିଟାଲ୍‌ରେ ରହି ଚିକିତ୍ସିତ ହେଉଥିଲେ। ଅପରାହ୍‌ଣ ୪ଟା ବେଳେ ଡାକ୍ତର ରିଆଜୁଦ୍ଦିନଙ୍କୁ ପଟି ବାନ୍ଧୁଥିଲେ। ଏହି ସମୟରେ ଆକ୍ରମଣକାରୀ ସେଠାରେ ପହଞ୍ଚି ୫ ରାଉଣ୍ଡ ଗୁଳି କରିଥିଲା। ଗୁଳିଶବ୍ଦ ଶୁଣି ଡାକ୍ତର ସମେତ ଆଖପାଖର ଲୋକ ଭୟରେ ଦୌଡ଼ାଦୌଡ଼ି କରିବା ମଧ୍ୟରେ ସେଠାରୁ ଆକ୍ରମଣକାରୀ ଖସି ପଳାଇଥିଲା। ହସ୍‌ପିଟାଲ୍‌ର ସମସ୍ତ ସିସିଟିଭିକୁ ଯାଞ୍ଚ କରାଯାଉଛି। ଭିଡିଓର ଯାଞ୍ଚରେ ଆକ୍ରମଣକାରୀ ଜଣକର ବୟସ ୧୮-୧୯ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।

Tags: