ଦିଲ୍ଲୀ ରୋହିଣୀ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ୨ ଶିଶୁଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀର ଏକ ବସ୍ତିରେ ରବିବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮୦୦ ରୁ ଅଧିକ ଝୁମ୍ପୁଡ଼ି ପୋଡ଼ିଯିବାରୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ଏବଂ ପାଞ୍ଚ ଜଣ ଆହତ ହୋଇଥିବା ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି। ରିପୋର୍ଟ ଅନୁସାରେ, ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍‌) ଅଧିକାରୀ କହିଛନ୍ତି ଯେ ସେମାନେ ସକାଳ ପ୍ରାୟ ୧୧.୫୫ ସମୟରେ ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇଥିଲେ। ଝୁମ୍ପୁଡ଼ି ଘରଗୁଡ଼ିକ ପ୍ରାୟ ପାଞ୍ଚ ଏକର ଜମିରେ ବ୍ୟାପିଥିଲା। […]

ଦିଲ୍ଲୀ ରୋହିଣୀ ବସ୍ତିରେ ଭୟଙ୍କର ଅଗ୍ନିକାଣ୍ଡ, ୨ ଶିଶୁଙ୍କ ମୃତ୍ୟୁ
Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀର ରୋହିଣୀର ଏକ ବସ୍ତିରେ ରବିବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୮୦୦ ରୁ ଅଧିକ ଝୁମ୍ପୁଡ଼ି ପୋଡ଼ିଯିବାରୁ ଦୁଇ ଶିଶୁଙ୍କ ମୃତ୍ୟୁ ହୋଇଥିବା ଏବଂ ପାଞ୍ଚ ଜଣ ଆହତ ହୋଇଥିବା ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀ କହିଛନ୍ତି। ରିପୋର୍ଟ ଅନୁସାରେ, ଦିଲ୍ଲୀ ଅଗ୍ନିଶମ ସେବା (ଡିଏଫଏସ୍‌) ଅଧିକାରୀ କହିଛନ୍ତି ଯେ ସେମାନେ ସକାଳ ପ୍ରାୟ ୧୧.୫୫ ସମୟରେ ଅଗ୍ନିକାଣ୍ଡ ବିଷୟରେ ସୂଚନା ପାଇଥିଲେ। ଝୁମ୍ପୁଡ଼ି ଘରଗୁଡ଼ିକ ପ୍ରାୟ ପାଞ୍ଚ ଏକର ଜମିରେ ବ୍ୟାପିଥିଲା। ଆକାଶକୁ ଘନ ଧୂଆଁ ବ୍ୟାପିଯାଇଥିଲା। ଅଗ୍ନିଶମ କର୍ମଚାରୀଙ୍କ ତିନି ଘଣ୍ଟାର ବ୍ୟାପକ ଅଭିଯାନ ପରେ ନିଆଁକୁ ସମ୍ପୂର୍ଣ୍ଣ ଲିଭାଇ ଦିଆଯାଇଥିଲା। ଏବେ ବି ନିଆଁ ଲିଭା କାର୍ଯ୍ୟ ଜାରି ରହିଥିବା ଜଣାପଡ଼ିଛି। ରୋହିଣୀ ଡିସିପି ଅମିତ ଗୋଏଲ କହିଛନ୍ତି ଯେ, ୨.୫ ବର୍ଷ ବୟସର ଏବଂ ଅନ୍ୟ ଜଣେ ୩ ବର୍ଷ ବୟସର ଦୁଇ ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଆଁ ଗୋଟିଏ କୁଡ଼ିଆରୁ ଆରମ୍ଭ ହୋଇ ତୁରନ୍ତ ସମଗ୍ର ଅଞ୍ଚଳକୁ ଗ୍ରାସ କରିଥିଲା।

Tags: