ଦିଲ୍ଲୀ ରେଳ ଷ୍ଟେସନରେ ଲସ୍କର ଆତଙ୍କବାଦୀ ଗିରଫ
ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଆଜି ଏଲଇଟି (ଲସ୍କର ଏ ତୋଏବା) ଆତଙ୍କବାଦୀ ରିୟାଜ ଅହମଦ ଗିରଫ ହୋଇଛି। ରିୟାଜ ଅହମଦ ହେଉଛି ଜଣେ ଅବସରପ୍ରାପ୍ତ ସେନା ଅଫିସର। ଦିଲ୍ଲୀ ପୁଲିସ ଆଜି ରିୟାଜକୁ ଗିରଫ କରିଛି। ଏଲଇଟି ଦ୍ବାରା କୁପୱାଡ଼ା ଜିଲ୍ଲାରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଥିବା ବେଳେ ଦିଲ୍ଲୀ ପୁଲିସ ଏହାର ପର୍ଦ୍ଦାଫାସ କରିଛି। ରିୟାଜ ଅହମଦ ମଧ୍ୟ ଅନ୍ୟ ୨ ଜଣ ବ୍ୟକ୍ତି ତଥା ଖୁରସିଦ ଅହମଦ […]
ନୂଆଦିଲ୍ଲୀ : ନୂଆଦିଲ୍ଲୀ ରେଳ ଷ୍ଟେସନରୁ ଆଜି ଏଲଇଟି (ଲସ୍କର ଏ ତୋଏବା) ଆତଙ୍କବାଦୀ ରିୟାଜ ଅହମଦ ଗିରଫ ହୋଇଛି। ରିୟାଜ ଅହମଦ ହେଉଛି ଜଣେ ଅବସରପ୍ରାପ୍ତ ସେନା ଅଫିସର। ଦିଲ୍ଲୀ ପୁଲିସ ଆଜି ରିୟାଜକୁ ଗିରଫ କରିଛି। ଏଲଇଟି ଦ୍ବାରା କୁପୱାଡ଼ା ଜିଲ୍ଲାରେ ଏକ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା ହୋଇଥିବା ବେଳେ ଦିଲ୍ଲୀ ପୁଲିସ ଏହାର ପର୍ଦ୍ଦାଫାସ କରିଛି। ରିୟାଜ ଅହମଦ ମଧ୍ୟ ଅନ୍ୟ ୨ ଜଣ ବ୍ୟକ୍ତି ତଥା ଖୁରସିଦ ଅହମଦ ରାଠର ଏବଂ ଗୁଲମ ସରୱର ରାଠର ସହ ମିଶି ନିୟନ୍ତ୍ରଣ ରେଖା ନିକଟରେ ବିଦେଶୀ ଅସ୍ତ୍ରଶସ୍ତ୍ର ଗ୍ରହଣ କରିବାପାଇଁ ଯୋଜନା କରିଥିବା ପୁଲିସ କହିଛି। ଅଭିଯୁକ୍ତ ରିୟାଜ ହେଉଛି ଜଣେ ଅବସରପ୍ରାପ୍ତ ସେନା ଅଧିକାରୀ। ଉଲ୍ଲେଖଯୋଗ୍ୟ ଯେ ଦେଶରେ ଆତଙ୍କବାଦ ନିରୋଧ କାର୍ଯ୍ୟାନୁଷ୍ଠାନ ଜୋରଦାର ହୋଇଛି।




