ଦିଲ୍ଲୀ ମେୟର ନିର୍ବାଚନରୁ ଓହରିଲା ଆପ୍‌; ପ୍ରମୁଖ ବିରୋଧୀ ଦଳ ହେବ: ଆତିଶୀ

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଦିଲ୍ଲୀ ମେୟର ନିର୍ବାଚନ। କିନ୍ତୁ ନିର୍ବାଚନର ମାତ୍ର ୪ ଦିନ ପୂର୍ବରୁ ଆପ୍‌ ଉଭୟ ମେୟର ଏବଂ ଉପମେୟର୍‌ ନିର୍ବାଚନରୁ ଓହରି ଯାଇଛି। ଏହାଦ୍ବାରା ବିଜେପିକୁ ସହଜ ବିଜୟ ମିଳିବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ ଆପ୍‌ ଏମ୍‌ସିଡିରେ ଏକ ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରିବ। ଏମ୍‌ସିଡି ନିର୍ବାଚନ ସମୟରେ ବିଜେପି ଅନେକ […]

ଦିଲ୍ଲୀ ମେୟର ନିର୍ବାଚନରୁ ଓହରିଲା ଆପ୍‌; ପ୍ରମୁଖ ବିରୋଧୀ ଦଳ ହେବ: ଆତିଶୀ
Samaya Live Picture
Published On

ନୂଆଦିଲ୍ଲୀ: ଆସନ୍ତା ୨୫ ତାରିଖରେ ଦିଲ୍ଲୀ ମେୟର ନିର୍ବାଚନ। କିନ୍ତୁ ନିର୍ବାଚନର ମାତ୍ର ୪ ଦିନ ପୂର୍ବରୁ ଆପ୍‌ ଉଭୟ ମେୟର ଏବଂ ଉପମେୟର୍‌ ନିର୍ବାଚନରୁ ଓହରି ଯାଇଛି। ଏହାଦ୍ବାରା ବିଜେପିକୁ ସହଜ ବିଜୟ ମିଳିବ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀ ବିଧାନସଭାରେ ବିରୋଧୀ ଦଳ ନେତା ଆତିଶୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ‘ ଆପ୍‌ ଏମ୍‌ସିଡିରେ ଏକ ପ୍ରମୁଖ ବିରୋଧୀ ଦଳର ଭୂମିକା ନିର୍ବାହ କରିବ। ଏମ୍‌ସିଡି ନିର୍ବାଚନ ସମୟରେ ବିଜେପି ଅନେକ ଭୋଟ୍‌ ଜାଲିଆତି କରିଛି କିନ୍ତୁ ତଥାପି ଏହା ହାରିଛି। ଏହାସତ୍ତ୍ବେ ବି ବିଜେପି ଅଟକିନି। ସେ କହିଛନ୍ତି, ତାଙ୍କ ଦଳ ବିନାଶକାରୀ ରାଜନୀତିରେ ଓ ଘୋଡ଼ା ବେପାରରେ ବିଶ୍ବାସ କ‌ରେନା। ତେଣୁ ଏହା ମେୟର ନିର୍ବାଚନରେ ଅଂଶଗ୍ରହଣ କରିବନି ବୋଲି ନିଷ୍ପତ୍ତି ନେଇଛି। ଏବେ ବିଜେପି ଟ୍ରିପଲ୍‌ ଇଞ୍ଜିନ ସରକାର ଗଠନ କରୁ ଏବଂ ଦିଲ୍ଲୀ ବାସିନ୍ଦାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁ। ତେବେ ଉକ୍ତ ଘଟଣାରେ ପ୍ରତିକ୍ରିୟା ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ବିଜେପି ନେତା ରେଖା ଗୁପ୍ତା ଦାବି କରିଛନ୍ତି ଯେ ଦିଲ୍ଲୀରେ ଆପ୍‌ର ରାଜନୈତିକ ସ୍ଥିତି ଭୁଶୁଡ଼ି ପଡ଼ିଛି। ଆପ୍‌ ବିଧାୟକ ଏବଂ କାଉନସିଲରମାନେ‌ ସେମାନଙ୍କ ଦଳୀୟ ନେତୃତ୍ବରେ ଖୁସି ନାହାନ୍ତି ବୋଲି ଗୁପ୍ତା ଦାବି କରିଛନ୍ତି।

Tags: