ଦିଲ୍ଲୀ ମୁଖ୍ୟ ସଚିବଙ୍କ ବିରୋଧରେ ଅଭିଯୋଗ, ଏଲଜିଙ୍କୁ ରିପୋର୍ଟ ଦେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଜମି ଅଧିଗ୍ରହଣରେ ଦୁର୍ନୀତି ନେଇ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହା ଉପରେ ଦିଲ୍ଲୀ ଭିଜିଲାନ୍ସ ମନ୍ତ୍ରୀ ଅତିଶୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଙ୍ଗଳବାର ୬୫୦ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହି ରିପୋର୍ଟକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ନିକଟରେ ଦାଖଲ କରିଛନ୍ତି। ନରେଶ କୁମାରଙ୍କୁ ତୁରନ୍ତ ବହିଷ୍କାର କରିବାପାଇଁ କେଜ୍ରିୱାଲ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, […]

Samaya Live Picture
Published On

ନୂଆଦିଲ୍ଲୀ: ଜମି ଅଧିଗ୍ରହଣରେ ଦୁର୍ନୀତି ନେଇ ଦିଲ୍ଲୀ ମୁଖ୍ୟ ଶାସନ ସଚିବ ନରେଶ କୁମାରଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହା ଉପରେ ଦିଲ୍ଲୀ ଭିଜିଲାନ୍ସ ମନ୍ତ୍ରୀ ଅତିଶୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମଙ୍ଗଳବାର ୬୫୦ ପୃଷ୍ଠାର ଏକ ରିପୋର୍ଟ ପ୍ରଦାନ କରିଛନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଏହି ରିପୋର୍ଟକୁ ଦିଲ୍ଲୀ ଉପରାଜ୍ୟପାଳ ବିନୟ କୁମାର ସାକ୍ସେନାଙ୍କ ନିକଟରେ ଦାଖଲ କରିଛନ୍ତି। ନରେଶ କୁମାରଙ୍କୁ ତୁରନ୍ତ ବହିଷ୍କାର କରିବାପାଇଁ କେଜ୍ରିୱାଲ ଦାବି କରିଛନ୍ତି। ଅଭିଯୋଗ ଅନୁଯାୟୀ, ଜଣେ ଲୋକଙ୍କ ସମ୍ପର୍କୀୟଙ୍କ ଦ୍ବାରା ମୁଖ୍ୟ ସଚିବଙ୍କ ପୁଅଙ୍କୁ ନିଯୁକ୍ତି ଦିଆଯାଇଥିଲା। ଏକ ରାସ୍ତା ପ୍ରକଳ୍ପ ପାଇଁ ଅଧିଗ୍ରହଣ କରାଯାଇଥିବା ଜମି ଉପରେ ତାଙ୍କୁ ମାତ୍ରାଧିକ କ୍ଷତିପୂରଣ ଦିଆଯାଇଛି। ଏ ସମ୍ପର୍କରେ ଅତିଶୀ କେଜ୍ରିୱାଲଙ୍କୁ ୬୫୦ ପୃଷ୍ଠାର ରିପୋର୍ଟ ଦେଇଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଘଟଣାରେ ଅନୁଚିତ ଭାବେ ୮୫୦ କୋଟି ଟଙ୍କା ଲାଭ କରାଯାଇଛି। ଦ୍ବାରକା ଏକ୍ସପ୍ରେସ୍ୱେ ନିକଟରେ ଏହି ଜମିକୁ ୨୦୧୫ ମସିହାରେ ମାତ୍ର ୭୫ ଲକ୍ଷ ଟଙ୍କାରେ କିଣାଯାଇଥିଲା। ଏହା ଉପରେ ତଦନ୍ତ କରିବା ପାଇଁ କେଜ୍ରିୱାଲ ଅତିଶୀଙ୍କୁ କହିଥିଲେ। ଏସଂକ୍ରାନ୍ତ ରିପୋର୍ଟ ସିବିଆଇ ଏବଂ ଇଡିକୁ ଦେବାପାଇଁ କେଜ୍ରିୱାଲ ଅତିଶୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Tags: