ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ପ୍ଲସ୍ ସୁରକ୍ଷା
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ନିକଟରେ ମୁଖ୍ୟମନ୍ତ୍ରୀ ରେଖାଙ୍କ ଉପରେ ଆକ୍ରମଣ ହେବାପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ରେଖାଙ୍କ ସୁରକ୍ଷା ପାଇଁ ଏବେ ୪୦ ସୁରକ୍ଷାକର୍ମୀ ମୁତୟନ ହେବେ। ଏଥିସହ ରେଖାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଲୋକମାନଙ୍କୁ ଏକାଧିକ ଥର ତଲାସୀ କରାଯିବ। ଆରମ୍ଭରେ ଦିଲ୍ଲୀ ଗୃହ ମନ୍ତ୍ରାଳୟ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦେବାପାଇଁ ସିଆରପିଏଫ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି […]
ନୂଆଦିଲ୍ଲୀ: ଦିଲ୍ଲୀ ପୁଲିସ ସୋମବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରିଛି। ନିକଟରେ ମୁଖ୍ୟମନ୍ତ୍ରୀ ରେଖାଙ୍କ ଉପରେ ଆକ୍ରମଣ ହେବାପରେ ତାଙ୍କ ସୁରକ୍ଷା ବୃଦ୍ଧି କରାଯାଇଛି। ରେଖାଙ୍କ ସୁରକ୍ଷା ପାଇଁ ଏବେ ୪୦ ସୁରକ୍ଷାକର୍ମୀ ମୁତୟନ ହେବେ। ଏଥିସହ ରେଖାଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ଲୋକମାନଙ୍କୁ ଏକାଧିକ ଥର ତଲାସୀ କରାଯିବ। ଆରମ୍ଭରେ ଦିଲ୍ଲୀ ଗୃହ ମନ୍ତ୍ରାଳୟ ମୁଖ୍ୟମନ୍ତ୍ରୀଙ୍କୁ ଜେଡ୍ ଶ୍ରେଣୀ ସୁରକ୍ଷା ଦେବାପାଇଁ ସିଆରପିଏଫ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ବ୍ୟବସ୍ଥା ପ୍ରତ୍ୟାହାର କରାଯିବା ସହ ଦିଲ୍ଲୀ ପୁଲିସ ରେଖାଙ୍କ ସୁରକ୍ଷା ଦାୟିତ୍ବ ନେଇ ତାଙ୍କୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କ ସହ ଜେଡ୍ ପ୍ଲସ୍ ସୁରକ୍ଷା ପ୍ରଦାନ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ସର୍ବଦା ୪୦ରୁ ଅଧିକ ସୁରକ୍ଷାକର୍ମୀ ରହିବେ ବୋଲି ଜଣେ ବରିଷ୍ଠ ପୁଲିସ ଅଫିସର କହିଛନ୍ତି। ଉଲ୍ଳେଖଯୋଗ୍ୟ ଯେ ଅଗଷ୍ଟ ୨୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କର ଏକ ‘ଜନ ଶୁଣାଣି’ କାର୍ଯ୍ୟକ୍ରମରେ ତାଙ୍କ ଉପରେ ଆକ୍ରମଣ ହୋଇଥିଲା।




