ଦିଲ୍ଲୀ-ମିରଟ ରାପିଡ ରେଳ କରିଡର ଉଦଘାଟନ କଲେ ମୋଦୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ-ଗାଜିଆବାଦ-ମିରଟ ଆରଆରଟିଏସ୍ (ରେଜିଓନାଲ ରାପିଡ ଟ୍ରାନଜିଟ୍‌ ସିଷ୍ଟମ୍) କରିଡରର ପ୍ରାୟୋରିଟି ସେକ୍ସନ୍ ଉଦଘାଟନ କରିଛନ୍ତି। ଦିଲ୍ଲୀ-ଗାଜିଆବାଦ-ମିରଟ ଆରଆରଟିଏସ୍ କରିଡରର ୧୭ କିମି ପ୍ରାୟୋରିଟି କରିଡର ଆସନ୍ତା ଅକ୍ଟୋବର ୨୧ ତାରିଖରୁ ଯାତ୍ରୀଙ୍କ ପାଇଁ ଖୋଲିବ। ଗତ ଏପ୍ରିଲରେ ଏନସିଆରଟିସି (ନେସନାଲ କ୍ୟାପିଟାଲ ରିଜନ ଟ୍ରାନ୍ସପୋର୍ଟ କର୍ପୋରେସନ୍) ଆରଆରଟିଏସ୍ ଟ୍ରେନର ନାଁ ରାପିଡଏକ୍ସ ଦେଇଥିଲେ। ଏକ୍ସରେ ଏକ ପୋଷ୍ଟ୍ କରି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ-ଗାଜିଆବାଦ-ମିରଟ ଆରଆରଟିଏସ୍ (ରେଜିଓନାଲ ରାପିଡ ଟ୍ରାନଜିଟ୍‌ ସିଷ୍ଟମ୍) କରିଡରର ପ୍ରାୟୋରିଟି ସେକ୍ସନ୍ ଉଦଘାଟନ କରିଛନ୍ତି। ଦିଲ୍ଲୀ-ଗାଜିଆବାଦ-ମିରଟ ଆରଆରଟିଏସ୍ କରିଡରର ୧୭ କିମି ପ୍ରାୟୋରିଟି କରିଡର ଆସନ୍ତା ଅକ୍ଟୋବର ୨୧ ତାରିଖରୁ ଯାତ୍ରୀଙ୍କ ପାଇଁ ଖୋଲିବ। ଗତ ଏପ୍ରିଲରେ ଏନସିଆରଟିସି (ନେସନାଲ କ୍ୟାପିଟାଲ ରିଜନ ଟ୍ରାନ୍ସପୋର୍ଟ କର୍ପୋରେସନ୍) ଆରଆରଟିଏସ୍ ଟ୍ରେନର ନାଁ ରାପିଡଏକ୍ସ ଦେଇଥିଲେ। ଏକ୍ସରେ ଏକ ପୋଷ୍ଟ୍ କରି କେନ୍ଦ୍ର ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ ଘୋଷଣା କରିଥିଲେ ଯେ ଆରଆରଟିଏସ୍ ‘ନମୋ ଭାରତ’ ଭାବେ ଜଣାଶୁଣା ହେବ। ସାହିବାବାବଦ ଏବଂ ଦୁହାଇ ଡିପୋଟ୍ ମଧ୍ୟରେ ଆରଆରଟିଏସ୍ କରିଡରର ପ୍ରାୟୋରିଟି ସେକ୍ସନ୍ରେ ୫ଟି ଷ୍ଟେସନ୍ ରହିବ ଏବଂ ସେଗୁଡ଼ିକ ହେଉଛି ସାହିବାବାଦ, ଗାଜିଆବାଦ, ଗୁଲ୍ଧର, ଦୁହାଇ ଏବଂ ଦୁହାଇ ଡିପୋଟ୍। ଉଲ୍ଲେଖଯୋଗ୍ୟ ଯେ ୨୦୧୯ ମାର୍ଚ୍ଚ ୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀ-ଗାଜିଆବାଦ-ମିରଟ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।

Tags: