ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ କେ. କବିତାଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ୍କୋର୍ଟ
ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କବିତାଙ୍କ ଜାମିନ ଆବେଦନକୁ ଗ୍ରହଣ କରି କହିଛନ୍ତି ଯେ ଏହି ମାମଲାର ତଦନ୍ତ ଶେଷ ହୋଇଛି। ଖୁବ୍ ଶୀଘ୍ର ବିଚାରଣ ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉନାହିଁ। କେ କବିତା ୫ ମାସ ହେଲା ଜେଲ୍ରେ ଅଛନ୍ତି । ଜଣେ ମହିଳା ଭାବେ […]
ନୂଆଦିଲ୍ଲୀ: ତେଲେଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେସିଆର୍ଙ୍କ ଝିଅ ତଥା ଭାରତ ରାଷ୍ଟ୍ର ସମିତି (ବିଆର୍ଏସ୍) ନେତ୍ରୀ କେ କବିତାଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜାମିନ ପ୍ରଦାନ କରିଛନ୍ତି। କୋର୍ଟ କବିତାଙ୍କ ଜାମିନ ଆବେଦନକୁ ଗ୍ରହଣ କରି କହିଛନ୍ତି ଯେ ଏହି ମାମଲାର ତଦନ୍ତ ଶେଷ ହୋଇଛି। ଖୁବ୍ ଶୀଘ୍ର ବିଚାରଣ ପ୍ରକ୍ରିୟା ଶେଷ ହେବ ବୋଲି ଆଶା କରାଯାଉନାହିଁ। କେ କବିତା ୫ ମାସ ହେଲା ଜେଲ୍ରେ ଅଛନ୍ତି । ଜଣେ ମହିଳା ଭାବେ ସେ ପିଏମ୍ଏଲଏର ଧାରା ୪୫ ଅନୁଯାୟୀ ଜାମିନ ପାଇବାକୁ ଯୋଗ୍ୟ। ବିଚାରାଧୀନ ହାଜତ ମିଆଦକୁ ଦଣ୍ଡରେ ପରିଣତ କରାଯିବା ଉଚିତ ନୁହେଁ ବୋଲି କବିତାଙ୍କୁ ଜାମିନ ଦେବା ଅବସରରେ କୋର୍ଟ କହିଛନ୍ତି। ଦିଲ୍ଲୀର ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାର୍ଚ୍ଚ ୧୫ରେ କେ କବିତାଙ୍କୁ ହାଇଦ୍ରାବାଦରୁ ଗିରଫ କରିଥିଲା। ଏପ୍ରିଲ ୧୧ରେ ସିବିଆଇ ତାଙ୍କୁ ଏହି ମାମଲାରେ ହେପାଜତକୁ ନେଇଥିଲା। ଉଭୟ ସିବିଆଇ ଓ ଇଡି ମାମଲାରେ କବିତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମକୋର୍ଟ । ସୂଚନାଯୋଗ୍ୟ, କବିତା ଜାମିନ ପାଇଁ ଜୁଲାଇ ୧ରେ ଦିଲ୍ଲୀ ହାଇକୋର୍ଟ ଯାଇଥିଲେ। ଏହାପରେ କବିତା ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ହାଇକୋର୍ଟ କହିଥିଲେ।




