ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ୧୪ ଦିନ ପାଇଁ ନ୍ୟାୟିକ ହାଜତ ଗଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱା‌ଲଙ୍କୁ ଦିଲ୍ଲୀ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ସିବିଆଇର ଏକ ଆବେଦନ ଆଧାନରେ ଦିଲ୍ଲୀ କୋର୍ଟ କେଜ୍ରିୱାଲଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ପଠାଇଛନ୍ତି। ସେ ତିହାର ଜେଲ୍‌ରେ ରହିବେ ଏବଂ ୧୨ ତାରିଖରେ କେଜ୍ରିୱାଲଙ୍କୁ ପୁଣିଥରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ଭିଡିଓ କନଫରେନ୍ସ ଦ୍ବାରା ହାଜର କରାଯିବ। ଉଲ୍ଲେଖଯୋଗ୍ୟ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱା‌ଲଙ୍କୁ ଦିଲ୍ଲୀ କୋର୍ଟ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତ ପଠାଇ ଦେଇଛନ୍ତି। ସିବିଆଇର ଏକ ଆବେଦନ ଆଧାନରେ ଦିଲ୍ଲୀ କୋର୍ଟ କେଜ୍ରିୱାଲଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ନ୍ୟାୟିକ ହାଜତ ପଠାଇଛନ୍ତି। ସେ ତିହାର ଜେଲ୍‌ରେ ରହିବେ ଏବଂ ୧୨ ତାରିଖରେ କେଜ୍ରିୱାଲଙ୍କୁ ପୁଣିଥରେ ଦିଲ୍ଲୀର ରାଉଜ୍‌ ଆଭେନ୍ୟୁ କୋର୍ଟରେ ଭିଡିଓ କନଫରେନ୍ସ ଦ୍ବାରା ହାଜର କରାଯିବ। ଉଲ୍ଲେଖଯୋଗ୍ୟ କେଜ୍ରିୱାଲଙ୍କ ୩ ଦିନ ରିମାଣ୍ଡ ଅବଧି ଆଜି ଶେଷ ହେବାପରେ ସିବିଆଇ ଦ୍ବାରା ଆଜି ତାଙ୍କୁ କୋର୍ଟ‌‌ରେ ହାଜର କରାଯାଇଥିଲା।
ସିବିଆଇ ଏହାର ରିମ‌ାଣ୍ଡ୍‌ ଆବେଦନରେ ଦର୍ଶାଇଥିଲା ଯେ କେଜ୍ରିୱାଲ ହାଜତରେ ତଦନ୍ତ ପ୍ରକ୍ରିୟା‌ରେ ସହଯୋଗ କରୁନାହାନ୍ତି। ରେକର୍ଡ‌ରେ ଥିବା ପ୍ରମାଣକୁ ସମ୍ପୂର୍ଣ୍ଣ ବିରୋଧ କଲାଭଳି ଉତ୍ତର ଦେଇ କେଜ୍ରିୱାଲ ଜାଣିଶୁଣି ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଛନ୍ତି। କେଜ୍ରିୱାଲ ମାମଲାରେ ସଂପୂର୍ଣ୍ଣ ଜଡ଼ିତ ଥିଲେ ମଧ୍ୟ ଖସିଯିବା ଭଳି ଉତ୍ତର ଦେଉଛନ୍ତି। ନୂଆ ଅବକାରୀ ନୀତି ଅଧୀନରେ ହୋଲ୍‌ସେଲରଙ୍କ ଲାଭ ହାର ହଠାତ ୫ ପ୍ରତିଶତରୁ ୧୨ ପ୍ରତିଶତ କାହିଁକି ବୃଦ୍ଧି କରାଗଲା ବୋଲି ପ୍ରଶ୍ନ କରିବାରୁ କେଜ୍ରିୱାଲ ଏହାର କୌଣସି ସଠିକ ଉତ୍ତର ଦେଇପାରିନାହାନ୍ତି ବୋଲି ସିବିଆଇ ଅଭିଯୋଗ କରିଛି। ସେହିପରି କରୋନାର ଦ୍ବିତୀୟ ଲହର ଶୀର୍ଷରେ ଥିବା ସମୟରେ କାହିଁକି ତରବରିଆ ଭାବେ ଗୋଟିଏ ଦିନରେ ନୂଆ ଅବକାରୀ ନୀତି ପାଇଁ କ୍ୟାବିନେଟ୍‌ ସ୍ବୀକୃତି ଆଣିଥିଲେ ବୋଲି ପ୍ରଶ୍ନ କରିବାରୁ ସେ ଏହାର କିଛି ଉତ୍ତର ଦେଇନାହାନ୍ତି।

Tags: