ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍‌କୁ ସମର୍ଥନ କରିବେ ମମତା

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ପକ୍ଷରୁ କଂଗ୍ରେସକୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି । ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଫେବୃଆରୀ ୫ରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିକୁ ଏହାର ସମର୍ଥନ ଘୋଷଣା କରିଛି। ଏନେଇ ନିଜେ ଆପ୍‌ ସୁପ୍ରିମୋ କେଜ୍ରିୱାଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ସମର୍ଥନ ପାଇଁ କେଜ୍ରିୱାଲ୍ ମମତା […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ପକ୍ଷରୁ କଂଗ୍ରେସକୁ ଆଉ ଏକ ଶକ୍ତ ଝଟ୍‌କା ଲାଗିଛି । ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ପରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଫେବୃଆରୀ ୫ରେ ଅନୁଷ୍ଠିତ ହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିକୁ ଏହାର ସମର୍ଥନ ଘୋଷଣା କରିଛି। ଏନେଇ ନିଜେ ଆପ୍‌ ସୁପ୍ରିମୋ କେଜ୍ରିୱାଲ ଏକ୍ସରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଏହି ସମର୍ଥନ ପାଇଁ କେଜ୍ରିୱାଲ୍ ମମତା ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏକ୍ସରେ କେଜ୍ରିୱାଲ ଲେଖିଛନ୍ତି ଯେ ଦିଲ୍ଲୀ ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ତୃଣମୂଳ କଂଗ୍ରେସ ସମର୍ଥନ ଘୋଷଣା କରିଛି। ବ୍ୟକ୍ତିଗତ ଭାବରେ ମୁଁ ମମତା ଦିଦିଙ୍କ ନିକଟରେ କୃତଜ୍ଞ। ଧନ୍ୟବାଦ ଦିଦି। ଆମର ଉଭୟ ଖରାପ ଓ ଭଲ ସମୟରେ ସବୁବେଳେ ଆପଣ ଆମକୁ ସମର୍ଥନ ଓ ଆଶୀର୍ବାଦ କରିଛନ୍ତି ବୋଲି ଲେଖି ମମତାଙ୍କୁ ଧନ୍ୟବାଦ ଜଣାଇଛନ୍ତି କେଜ୍ରିୱାଲ। ଉଲ୍ଲେଖଯୋଗ୍ୟ ଯେ ମଙ୍ଗଳବାର ଦିଲ୍ଲୀ ନିର୍ବାଚନ ପାଇଁ ଆମ୍ ଆଦମୀ ପାର୍ଟିକୁ ସମର୍ଥନ ଘୋଷଣା କରିଥିଲା ସମାଜବାଦୀ ପାର୍ଟି। ଏଥିପାଇଁ କେଜ୍ରିୱାଲ ମଧ୍ୟ ଏକ୍ସରେ ଏକ ପୋଷ୍ଟ କରି ସପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଧନ୍ୟବାଦ ଜଣାଇଥିଲେ।

Tags: