ଦିଲ୍ଲୀ ବିଧାନସଭାରେ ଆଗତ ହେଲା ସିଏଜି ରିପୋର୍ଟ, ଅବକାରୀ ନୀତି ଯୋଗୁଁ ୨୦୦୦ରୁ ଅଧିକ କୋଟି ଟଙ୍କାର ରାଜସ୍ବ କ୍ଷତି
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ଆଜି CAG ରିପୋର୍ଟ ଉପସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଗୃହରେ ଏହି ରିପୋର୍ଟ ଉପସ୍ଥାପିତ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏହି ଅଡିଟ୍ ରିପୋର୍ଟ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ଚାରୋଟି ଅବଧିରେ ରହିଛି । ଅବକାରୀ ନୀତି ପରିବର୍ତ୍ତନ ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ତଥ୍ୟରେ କୁହାଯାଇଛି । ସିଏଜି ରିପୋର୍ଟରେ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ମଧ୍ୟରେ ଅବକାରୀ ନିୟମ ଏବଂ […]
ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ଆଜି CAG ରିପୋର୍ଟ ଉପସ୍ଥାପନ ହୋଇଛି। ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଆଜି ଗୃହରେ ଏହି ରିପୋର୍ଟ ଉପସ୍ଥାପିତ କରିଛନ୍ତି । ଦିଲ୍ଲୀ ଅବକାରୀ ନୀତିକୁ ନେଇ ଏହି ଅଡିଟ୍ ରିପୋର୍ଟ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ପର୍ଯ୍ୟନ୍ତ ଚାରୋଟି ଅବଧିରେ ରହିଛି । ଅବକାରୀ ନୀତି ପରିବର୍ତ୍ତନ ଯୋଗୁଁ ୨୦୦୨ କୋଟି ଟଙ୍କାର ରାଜସ୍ବ ହାନି ହୋଇଥିବା ତଥ୍ୟରେ କୁହାଯାଇଛି ।
ସିଏଜି ରିପୋର୍ଟରେ ୨୦୧୭-୨୦୧୮ରୁ ୨୦୨୦-୨୦୨୧ ମଧ୍ୟରେ ଅବକାରୀ ନିୟମ ଏବଂ ଯୋଗାଣ ଯା଼ଞ୍ଚ କରାଯାଇଥିଲା । ଏହା ସହିତ ୨୦୨୧-୨୨ ଆର୍ଥିକ ବର୍ଷରେ ଅବକାରୀ ନୀତିକୁ ସମୀକ୍ଷା କରାଯାଇଥିଲା । ହେଲେ ଏଥିରେ ଦୁର୍ନୀତିର ଗନ୍ଧ ସାମ୍ନାକୁ ଆସିବା ପରେ ପଲିସିକୁ ୨୦୨୨ ସେପ୍ଟେମ୍ବର ମାସରେ ସରକାର ଫେରାଇ ନେଇଥିଲେ । ତେବେ ସିଏଜି ରିପୋର୍ଟରେ କୁହାଯାଉଛି ଆମ୍ ଆଦମୀ ପାର୍ଟି ନୂଆ ଅବକାରୀ ନୀତି ଲାଗୁ କରିବା ପରେ ଏଥିରେ ଗମ୍ଭୀର ଅନିୟମିତତା ହୋଇଥିଲା । ଯାହାଫଳରେ ଦୁଇ କୋଟି ଟଙ୍କାର ରାଜସ୍ବ କ୍ଷତି ଘଟିଛି ।
ସିଏଜି ରିପୋର୍ଟରେ କ’ଣ ରହିଛି:
୧- ଆପ୍ ସରକାରଙ୍କ ନୂଆ ଅବକାରୀ ନୀତି ପାଇଁ ୨ ହଜାର କୋଟି ଟଙ୍କାର ରାଜସ୍ବ କ୍ଷତି ।
୨- ମଦ ଦୋକାନ କିମ୍ବା ଫ୍ୟାକ୍ଟ୍ରି ପାଇଁ ଲାଇସେନ୍ସ ଛାଡ଼ କରିବା ଦ୍ବାରା ପ୍ରାୟ ୯୪୦ କୋଟି କ୍ଷତି ହୋଇଛି ।
୩- ପୁନର୍ବାର ଟେଣ୍ଡର ପ୍ରକ୍ରିୟା ପାଇଁ ସରକାରଙ୍କୁ ୮୯୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି ।
୪- କୋଭିଡ୍-୧୯ ପ୍ରତିବନ୍ଧକ ପାଇଁ ୨୮ ଡିସେମ୍ବର ୨୦୨୧ରୁ ୨୭ ଜାନୁଆରୀ ୨୦୨୨ ପର୍ଯ୍ୟନ୍ତ ଅବକାରୀ କରବାରରେ ଲାଇସେନ୍ସ ଶୁଳ୍କ ବାବଦରେ ୧୪ କୋଟି ଟଙ୍କା କ୍ଷତି ହୋଇଛି ।
୫- ସିକ୍ୟୁରିଟି ଡିପୋଜିଟ୍ ଠିକ୍ ଭାବେ ଆଦାୟ ନହେବାରୁ ୨୭ କୋଟି ଟଙ୍କା କ୍ଷତି ହୋଇଛି ସିଏଜଜି ରିପୋର୍ଟରେ କୁହାଯାଇଛି ।




