ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ କୃତ୍ରିମ ବର୍ଷା କଲା ଡିଏଲ୍‌ଏଫ୍‌ ପ୍ରାଇମର୍ସ

ଗୁରୁଗ୍ରାମ: ଦେଶର ରାଜଧାନୀ ଦିଲ୍ଲୀରେ ସଂପ୍ରତି ବାୟୁ ପ୍ରଦୂଷଣ ସାଂଘାତିକ ଭାବେ ବୃଦ୍ଧି ପାଇଛି। ଏହି ପ୍ରଦୂଷଣରୁ ରକ୍ଷା ନିମନ୍ତେ ସାଧାରଣ ବ୍ୟକ୍ତି ଠାରୁ ସୁପ୍ରିମକୋର୍ଟ ଓ ସ୍ଥାନୀୟ ପୌର ନିଗମ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଯାଏଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳିସ୍ଥିତିରେ ଗୁରୁଗ୍ରାମ ସେକ୍ଟର ୮୨ରେ ଥିବା ଡିଏଲ୍‌ଏଫ୍‌ ପ୍ରାଇମର୍ସ ବାସିନ୍ଦା ଏକ ଅଭିନବ ଉପାୟ ଗ୍ରହଣ କରିଛନ୍ତି। ବାୟୁରୁ ପ୍ରଦୂଷଣ ହ୍ରାସ କରିବାକୁ କୃତ୍ରିମ ବର୍ଷାର ସହାରା ନେଇଛନ୍ତି। ଏହାକୁ […]

Samaya Live Picture
Published On

ଗୁରୁଗ୍ରାମ: ଦେଶର ରାଜଧାନୀ ଦିଲ୍ଲୀରେ ସଂପ୍ରତି ବାୟୁ ପ୍ରଦୂଷଣ ସାଂଘାତିକ ଭାବେ ବୃଦ୍ଧି ପାଇଛି। ଏହି ପ୍ରଦୂଷଣରୁ ରକ୍ଷା ନିମନ୍ତେ ସାଧାରଣ ବ୍ୟକ୍ତି ଠାରୁ ସୁପ୍ରିମକୋର୍ଟ ଓ ସ୍ଥାନୀୟ ପୌର ନିଗମ ଠାରୁ ଆରମ୍ଭ କରି କେନ୍ଦ୍ର ସରକାର ଯାଏଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏଭଳିସ୍ଥିତିରେ ଗୁରୁଗ୍ରାମ ସେକ୍ଟର ୮୨ରେ ଥିବା ଡିଏଲ୍‌ଏଫ୍‌ ପ୍ରାଇମର୍ସ ବାସିନ୍ଦା ଏକ ଅଭିନବ ଉପାୟ ଗ୍ରହଣ କରିଛନ୍ତି। ବାୟୁରୁ ପ୍ରଦୂଷଣ ହ୍ରାସ କରିବାକୁ କୃତ୍ରିମ ବର୍ଷାର ସହାରା ନେଇଛନ୍ତି। ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଡିଏଲ୍‌ଏଫ୍‌ ପ୍ରାଇମର୍ସ ଆପାର୍ଟମେଣ୍ଟଗୁଡ଼ିକର ୩୨ ମହଲା ଅଟେ। ଛାତ ଉପରୁ ପାଇପଯୋଗେ ପାଣି ଛିଞ୍ଚା ଯାଇଥିଲା। କୃତ୍ରିମ ବର୍ଷା ନେଇ କମ୍ପ୍ଲେକ୍ସ ରେସିଡେଣ୍ଟ ୱେଲ୍‌ଫେୟର ଆସୋସିଏସନ୍‌ର ସଭାପତି ଆଚଲ ଯାଦବ କହିଛନ୍ତି, ବାସିନ୍ଦାଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଦୃଷ୍ଟିରୁ ଏଭଳି ପଦକ୍ଷେପ ନିଆଯାଇଛି। ପ୍ରଦୂଷଣ ଏକ ଗୁରୁତର ପ୍ରସଙ୍ଗ। ଏହାକୁ କେବଳ ସରକାର ନିୟନ୍ତ୍ରଣ କରିପାରିବେ ନାହିଁ। ଏଥିପାଇଁ ସାଧାରଣ ଲୋକଙ୍କ ପକ୍ଷରୁ ମଧ୍ୟ ଗୋଷ୍ଠୀଗତ ଉଦ୍ୟମ ଆବଶ୍ୟକ। ବାୟୁରୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇବା ଯାଏଁ ଏଭଳି କୃତ୍ରିମ ବର୍ଷା କରିବାକୁ ନିଷ୍ପତ୍ତି ନିଆଯାଇଛି। କେବଳ ଏହାନୁହେଁ ଏଠାର ବାସିନ୍ଦାମାନେ ‘କାର୍‌ପୁଲ୍‌’ (ଗୋଷ୍ଠୀଗତ କାର୍‌ ଯାତ୍ରା) ନିମନ୍ତେ ମଧ୍ୟ ବ୍ୟବସ୍ଥା କରାଯାଇଛି। ଅପରପକ୍ଷରେ, ସାଧାରଣତଃ ବାୟୁମଣ୍ଡଳର ଉପରସ୍ତରରେ ସିଲଭର ଆୟୋଡାଇଡ୍‌ ଓ ଶୁଷ୍କ ବରଫ ବିଚ୍ଛୁରିତ କରି କୃତ୍ରିମ ବର୍ଷା ସୃଷ୍ଟି କରାଯାଇଥାଏ। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି, ଚଳିତ ସପ୍ତାହରେ ଦିଲ୍ଲୀ ସରକାର ଏହି ଧରଣର କୃତ୍ରିମ ବର୍ଷା ପାଇଁ ଚିନ୍ତା କରୁଛି।

Tags: