ଦିଲ୍ଲୀ ବାୟୁ ଏବେ ବି ଅତି ସାଂଘାତିକ

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ଏବେ ବି ଅତି ସାଂଘାତିକ ରହିଛି। ଘନ କୁହୁଡ଼ି ସାଙ୍ଗକୁ ଏକ ମୋଟା ଧୂଆଁ ଆସ୍ତରଣ ସହରକୁ ଆଚ୍ଛାଦିତ କରି ରଖିଛି। ପ୍ରଦୂଷଣ ଯେଉଁଭଳି ବଢ଼ିଚାଲିଛି ଏହା ସମସ୍ତ ବୟସ ବର୍ଗର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାଜନକ ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୦ ଥିବାବେଳେ ପଂଜାବୀ ବାଗରେ ଏକ୍ୟୁଆଇ ୪୨୩, ଆର୍କେ ପୁରମରେ ୪୧୭, ପାଟପରଗଞ୍ଜରେ ୪୧୧, ରୋହିଣୀରେ ୪୧୩ ରହିଛି। […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ଏବେ ବି ଅତି ସାଂଘାତିକ ରହିଛି। ଘନ କୁହୁଡ଼ି ସାଙ୍ଗକୁ ଏକ ମୋଟା ଧୂଆଁ ଆସ୍ତରଣ ସହରକୁ ଆଚ୍ଛାଦିତ କରି ରଖିଛି। ପ୍ରଦୂଷଣ ଯେଉଁଭଳି ବଢ଼ିଚାଲିଛି ଏହା ସମସ୍ତ ବୟସ ବର୍ଗର ଲୋକଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତାଜନକ ହୋଇଛି। ବୁଧବାର ସକାଳ ୬ଟାରେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୩୦ ଥିବାବେଳେ ପଂଜାବୀ ବାଗରେ ଏକ୍ୟୁଆଇ ୪୨୩, ଆର୍କେ ପୁରମରେ ୪୧୭, ପାଟପରଗଞ୍ଜରେ ୪୧୧, ରୋହିଣୀରେ ୪୧୩ ରହିଛି। ସୁପ୍ରିମକୋର୍ଟଙ୍କ କଟକଣା ସତ୍ତ୍ବେ ଦିଲ୍ଲୀରେ ବାଣ ଫୁଟିଥିବାରୁ ଦୀପାବଳି ପରେ ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ସ୍ତରରେ ରହିଛି। ଦୀପାବଳି ପରେ ୧୧ଟି ପ୍ରମୁଖ ସହରରୁ ୯ଟି ସହରରେ ବାୟୁର ମାନ ଅତି ଖରାପ୍ ରହିଛି। ଏହି ୯ ସହର ବିଶିଷ୍ଟ ତାଲିକାରେ ଦିଲ୍ଲୀ ସବୁଠୁ ଶୀର୍ଷରେ ରହିଛି ବୋଲି ଏନ୍ସିଏପି (ନେସନାଲ କ୍ଲିନ୍ ଏୟାର କ୍ୟାମ୍ପେନ୍) ଟ୍ରାକର୍ରୁ ଜଣାପଡ଼ିଛି।

Tags: