ଦିଲ୍ଲୀ ବାୟୁମାନ ଅତି ଖରାପ୍

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍ ରହିଛି। ଆଜି ସକାଳ ୯ଟାରେ ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ୩୮୫ ରହିଛି। ଅନ୍ୟପକ୍ଷେ ପ୍ରତିଦିନ ଅପରାହ୍ନ ୪ଟାରେ ରେକର୍ଡ କରାଯାଉଥିବା ୨୪ ଘଣ୍ଟିଆ ହାରାହାରି ଏକ୍ୟୁଆଇ ଶନିବାର ୩୮୯ ଥିଲା ଏବଂ ଶୁକ୍ରବାର ଦିନ ୪୧୫ ଥିଲା। ଉଲ୍ଲେଖଯୋଗ୍ୟ ଯେ ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିବା ଭଲ। ୫୧ରୁ ୧୦୦ ମଧ୍ୟରେ ରହିବା ସନ୍ତୋଷଜନକ। ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇ ମଧ୍ୟମ ଧରଣର। ୨୦୧ରୁ […]

Samaya Live Picture
Published On

ନୂଆଦିଲ୍ଲୀ: ରବିବାର ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍ ରହିଛି। ଆଜି ସକାଳ ୯ଟାରେ ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ ୩୮୫ ରହିଛି। ଅନ୍ୟପକ୍ଷେ ପ୍ରତିଦିନ ଅପରାହ୍ନ ୪ଟାରେ ରେକର୍ଡ କରାଯାଉଥିବା ୨୪ ଘଣ୍ଟିଆ ହାରାହାରି ଏକ୍ୟୁଆଇ ଶନିବାର ୩୮୯ ଥିଲା ଏବଂ ଶୁକ୍ରବାର ଦିନ ୪୧୫ ଥିଲା। ଉଲ୍ଲେଖଯୋଗ୍ୟ ଯେ ଏକ୍ୟୁଆଇ ୦ରୁ ୫୦ ମଧ୍ୟରେ ରହିବା ଭଲ। ୫୧ରୁ ୧୦୦ ମଧ୍ୟରେ ରହିବା ସନ୍ତୋଷଜନକ। ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇ ମଧ୍ୟମ ଧରଣର। ୨୦୧ରୁ ୩୦୦ ମଧ୍ୟରେ ରହିବା ଖରାପ୍, ୨୦୧ରୁ ୪୦୦ ମଧ୍ୟରେ ରହିବା ଅତି ଖରାପ୍, ୪୦୧ରୁ ୪୫୦ ମଧ୍ୟରେ ଏକ୍ୟୁଆଇ ସାଂଘାତିକ ଏବଂ ୪୫୦ ଉପରେ ଅତି ସାଂଘାତିକ। ଚଳିତ ବର୍ଷ ନଭେମ୍ବରରେ ଦିଲ୍ଲୀରେ ବାୟୁର ମାନ ୧୦ଟି ଦିନରେ ଅତି ସାଂଘାତିକ ରହିଛି। ତେବେ ଗତବର୍ଷ ଏହି ସଂଖ୍ୟା ୩ ଥିଲା। ସେହିପରି ୨୦୨୧ରେ ୧୨ଟି ଦିନ ଦିଲ୍ଲୀରେ ବାୟୁର ମାନ ଅତି ଖରାପ୍ ଥିଲା।

Tags: