ଦିଲ୍ଲୀ ବାସଭବନରେ ଅସୁସ୍ଥ ପତ୍ନୀଙ୍କୁ ଭେଟିଲେ ମନୀଷ ସିସୋଦିଆ
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ଦିଲ୍ଲୀ କୋର୍ଟ ଶୁକ୍ରବାର ଦିନ ଏଥିପାଇଁ ସିସୋଦିଆଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସିସୋଦିଆ ତାଙ୍କ ପତ୍ନୀଙ୍କ ସହ ରହିବେ। ତେବେ ଏହି ସମୟରେ ସିସୋଦିଆ ଗଣମାଧ୍ୟମରେ କୌଣସି ଟିପ୍ପଣୀ ଦେବେନାହିଁ କି କୌଣସି ପ୍ରକାର ରାଜନୈତିକ […]
ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲ୍ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ଦିଲ୍ଲୀ କୋର୍ଟ ଶୁକ୍ରବାର ଦିନ ଏଥିପାଇଁ ସିସୋଦିଆଙ୍କୁ ଅନୁମତି ପ୍ରଦାନ କରିଛନ୍ତି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ସିସୋଦିଆ ତାଙ୍କ ପତ୍ନୀଙ୍କ ସହ ରହିବେ। ତେବେ ଏହି ସମୟରେ ସିସୋଦିଆ ଗଣମାଧ୍ୟମରେ କୌଣସି ଟିପ୍ପଣୀ ଦେବେନାହିଁ କି କୌଣସି ପ୍ରକାର ରାଜନୈତିକ କାର୍ଯ୍ୟକଳାପରେ ସମ୍ପୃକ୍ତ ହେବେନାହିଁ ବୋଲି କୋର୍ଟ କହିଛନ୍ତି। ସିସୋଦିଆ ଏବେ ତିହାର ଜେଲ୍ର ନ୍ୟାୟିକ ହାଜତରେ ଅଛନ୍ତି। ଉଲ୍ଲେଖଯୋଗ୍ୟ ଯେ ସିସୋଦିଆ ପୂର୍ବରୁ ତାଙ୍କ ଅସୁସ୍ଥ ପତ୍ନୀଙ୍କୁ ଭେଟିବାପାଇଁ ୫ ଦିନ ସମୟ ମାଗିଥିଲେ। କିନ୍ତୁ କୋର୍ଟ କେବଳ ସିସୋଦିଆଙ୍କୁ ଆଜି ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସମୟ ଦେଇଛନ୍ତି।




