ଦିଲ୍ଲୀ ଫେରିଲେ ମୋଦୀ
ନୂଆଦିଲ୍ଲୀ: ୩ ରାଷ୍ଟ୍ର ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ଫେରିଛନ୍ତି। ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଦିଲ୍ଲୀର ପଲମ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବାପରେ ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ସାଂସଦ ରମେଶ ବିଧୁରି, ହଂସରାଜ ହଂସ, ଦିଲ୍ଲୀ ବିଧାନସଭା ବିରୋଧୀ […]
ନୂଆଦିଲ୍ଲୀ: ୩ ରାଷ୍ଟ୍ର ଗସ୍ତ ଶେଷ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିଲ୍ଲୀ ଫେରିଛନ୍ତି। ଜାପାନ, ପାପୁଆ ନ୍ୟୁ ଗିନି ଏବଂ ଅଷ୍ଟ୍ରେଲିଆ ଗସ୍ତରୁ ଫେରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଦିଲ୍ଲୀର ପଲମ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମାନବନ୍ଦରରେ ପହଞ୍ଚିବାପରେ ‘ବିଜେପି’ ଜାତୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା, ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ମୀନାକ୍ଷି ଲେଖି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନ, ଦିଲ୍ଲୀ ସାଂସଦ ରମେଶ ବିଧୁରି, ହଂସରାଜ ହଂସ, ଦିଲ୍ଲୀ ବିଧାନସଭା ବିରୋଧୀ ଦଳର ନେତା ରାମବୀର ସିଂହ ବିଧୁରି ଏବଂ ଦଳର ବହୁସଂଖ୍ୟକ ସଦସ୍ୟ ମୋଦୀଙ୍କୁ ଫୁଲମାଳ ପକାଇ ପାଛୋଟି ନେଇଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବବାସୀଙ୍କ ଆଖିରେ ଆଖି ମିଶାଇ ମୁଁ ମୋ ଦେଶର ସଂସ୍କୃତି କଥା କହେ। ଏଭଳି ଆତ୍ମବିଶ୍ବାସ ଆସିବାର କାରଣ ହେଉଛି, ଦେଶରେ ଆପଣମାନେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଥିବା ସରକାର ଗଠନ କରିଛନ୍ତି। ଭାରତର ଟିକା ରଣନୀତି ସଂକ୍ରାନ୍ତରେ ମୋଦୀ କହିଛନ୍ତି, ବିଶ୍ବବାସୀଙ୍କୁ କାହିଁକି ଟିକା ଯୋଗାଇଲି ବୋଲି ଏଠାରେ ଲୋକେ ମତେ ପଚାରୁଛନ୍ତି। ମୁଁ କହିବାକୁ ଚାହେଁ ଯେ, ଭାରତ ହେଉଛି ବୁଦ୍ଧ ଓ ଗାନ୍ଧୀଙ୍କ ଦେଶ। ଆମେ ଶତ୍ରୁମାନଙ୍କର ଭଲମନ୍ଦ ବି ବୁଝୁ…। ଭାରତ କ’ଣ ଚିନ୍ତା କରୁଛି, ଆଜି ବିଶ୍ବ ତାହା ଜାଣିବାକୁ ଆଗ୍ରହୀ।




