ଦିଲ୍ଲୀ ପ୍ରଦୂଷଣ ସଙ୍କଟ ପାଇଁ ହରିୟାଣାକୁ ଦାୟୀ କଲା ଆପ୍

ନୂଆଦିଲ୍ଲୀ : ଦିଲ୍ଲୀ ଏନ୍ସିଆରରେ ପ୍ରଦୂଷଣ ସଙ୍କଟ ପାଇଁ ଆପ୍ ହରିୟାଣାକୁ ଦାୟୀ କରିଛି। ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ବାଧୀନ ସରକାର ୨୦୧୪ ମସିହାରୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କେଉଁସବୁ ପଦକ୍ଷେପ ଗ୍ରହଣ କରିଛି ତା’ର ଏକ ଆକଳନ କରିବାପାଇଁ ଆପ୍ ଜାତୀୟ ମୁଖପାତ୍ର ପ୍ରିୟଙ୍କ କକ୍କର କହିଛନ୍ତି। ଦିଲ୍ଲୀଠାରୁ ପଂଜାବ ୫୦୦ କିମି ଦୂର ଏବଂ ହରିୟାଣା ୧୦୦ କିମି ଦୂର। ତେବେ ୨୦୧୪ ମସିହାରୁ ହରିୟାଣାରେ ଖଟ୍ଟର ସରକାର କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ଏନ୍ସିଆରରେ ପ୍ରଦୂଷଣ ସଙ୍କଟ ପାଇଁ ଆପ୍ ହରିୟାଣାକୁ ଦାୟୀ କରିଛି। ମନୋହର ଲାଲ୍ ଖଟ୍ଟରଙ୍କ ନେତୃତ୍ବାଧୀନ ସରକାର ୨୦୧୪ ମସିହାରୁ ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କେଉଁସବୁ ପଦକ୍ଷେପ ଗ୍ରହଣ କରିଛି ତା’ର ଏକ ଆକଳନ କରିବାପାଇଁ ଆପ୍ ଜାତୀୟ ମୁଖପାତ୍ର ପ୍ରିୟଙ୍କ କକ୍କର କହିଛନ୍ତି। ଦିଲ୍ଲୀଠାରୁ ପଂଜାବ ୫୦୦ କିମି ଦୂର ଏବଂ ହରିୟାଣା ୧୦୦ କିମି ଦୂର। ତେବେ ୨୦୧୪ ମସିହାରୁ ହରିୟାଣାରେ ଖଟ୍ଟର ସରକାର କେଉଁସବୁ ପଦକ୍ଷେପ ଗ୍ରହଣ କରିଛନ୍ତି ତାର ଏକ ଆକଳନ କରାଯିବା ଉଚିତ ବୋଲି କାକ୍କର ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି। ଆପ୍ ମୁଖପାତ୍ର ମଧ୍ୟ କହିଛନ୍ତି, ୨୦୨୨-୨୩ ଅର୍ଥନୈତିକ ସର୍ଭେରେ ଦିଲ୍ଲୀରେ ପ୍ରଦୂଷଣ ୩୧ ପ୍ରତିଶତ କମିଛି।

Tags: