ଦିଲ୍ଲୀ ପ୍ରଦୂଷଣ ପୁଣି ସାଂଘାତିକ , ଏକ୍ୟୁଆଇ ୪୪୭
ଦିଲ୍ଲୀରେ ପ୍ରଦୂଷଣ ପୁଣିଥରେ ଅତି ସାଂଘାତିକ ହୋଇଯାଇଛି। ୨୩ ଡିସେମ୍ବରରେ ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ଅତି ସାଂଘାତିକ ସ୍ତରକୁ ଯାଇଛି ବୋଲି ସିପିସିବି ( କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) କହିଛି। ସିପିସିବି ତଥ୍ୟ ଅନୁଯାୟୀ ଶନିବାର ସକାଳ ୧୦.୩୦ରେ ଦିଲ୍ଲୀରେ ହାରାହାରି ବାୟୁର ମାନ ସୂଚକାଙ୍କ ୪୪୭ ତଥା ଅତି ସାଂଘାତିକ ଶ୍ରେଣୀରେ ରହିଛି। ଶନିବାର ସକାଳ ୧୦.୩୦ ସମୟରେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୭୯ ଥିବାବେଳେ ଅଶୋକ ବିହାରରେ ୪୫୪, ଦ୍ବାରକା […]
ଦିଲ୍ଲୀରେ ପ୍ରଦୂଷଣ ପୁଣିଥରେ ଅତି ସାଂଘାତିକ ହୋଇଯାଇଛି। ୨୩ ଡିସେମ୍ବରରେ ଦିଲ୍ଲୀରେ ବାୟୁର ମାନ ସୂଚକାଙ୍କ (ଏକ୍ୟୁଆଇ) ଅତି ସାଂଘାତିକ ସ୍ତରକୁ ଯାଇଛି ବୋଲି ସିପିସିବି ( କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ) କହିଛି। ସିପିସିବି ତଥ୍ୟ ଅନୁଯାୟୀ ଶନିବାର ସକାଳ ୧୦.୩୦ରେ ଦିଲ୍ଲୀରେ ହାରାହାରି ବାୟୁର ମାନ ସୂଚକାଙ୍କ ୪୪୭ ତଥା ଅତି ସାଂଘାତିକ ଶ୍ରେଣୀରେ ରହିଛି। ଶନିବାର ସକାଳ ୧୦.୩୦ ସମୟରେ ଆନନ୍ଦ ବିହାରରେ ଏକ୍ୟୁଆଇ ୪୭୯ ଥିବାବେଳେ ଅଶୋକ ବିହାରରେ ୪୫୪, ଦ୍ବାରକା ସେକ୍ଟର ୮ରେ ଏକ୍ୟୁଆଇ ୪୫୨ ରହିଛି। ଅନ୍ୟାନ୍ୟ ଅଞ୍ଚଳ ତଥା ଆଇଜିଆଇ ବିମାନବନ୍ଦରରେ ଏକ୍ୟୁଆଇ ୪୧୨ ଥିବାବେଳେ ଆଇଟିଓ ଦିଲ୍ଲୀରେ ୪୭୬, ଜାହାଙ୍ଗିରପୁରୀରେ ୪୭୫ , ନରେଲାରେ ୪୬୦, ଆରକେପୁରମରେ ୪୭୦, ରୋହିଣିରେ ଏକ୍ୟୁଆଇ ୪୭୫ ରହିଛି। ଶାଦିପୁରରେ ଏକ୍ୟୁଆଇ ୪୮୧ ଥିବାବେଳେ ୱାଜିପୁରରେ ଏକ୍ୟୁଆଇ ୪୮୩ ରହିଛି। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ସରକାର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଦୂଷଣ ବୟସ୍କ ଏବଂ ଶିଶୁମାନଙ୍କ ପାଇଁ ଘାତକ ସାଜିଛି।




