ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରର କମିଟି ମୁଖ୍ୟଙ୍କୁ ସମନ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ମୁଖ୍ୟ ଅଶ୍ବିନୀ କୁମାରଙ୍କୁ ଆସନ୍ତା ଶୁକ୍ରବାର ଦିନ ସମନ୍ କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ସଂକ୍ରାନ୍ତରେ ବାସ୍ତବ ତଥ୍ୟ ସହ ହାଜର ହେବାପାଇଁ କୋର୍ଟ ଅଶ୍ବିନୀ କୁମାରଙ୍କୁ ସମନ୍ କରିଛନ୍ତି। ଆଜି ନଡ଼ାପାଳ ଜାଳିବା ପ୍ରସଙ୍ଗରେ କୋର୍ଟ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବାପରେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ମୁଖ୍ୟଙ୍କୁ ସମନ୍ କରିଛନ୍ତି। କୋର୍ଟ କହିଛନ୍ତି, […]

Samaya Live Picture
Published On

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ମଙ୍ଗଳବାର ଦିନ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ମୁଖ୍ୟ ଅଶ୍ବିନୀ କୁମାରଙ୍କୁ ଆସନ୍ତା ଶୁକ୍ରବାର ଦିନ ସମନ୍ କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣ ସଂକ୍ରାନ୍ତରେ ବାସ୍ତବ ତଥ୍ୟ ସହ ହାଜର ହେବାପାଇଁ କୋର୍ଟ ଅଶ୍ବିନୀ କୁମାରଙ୍କୁ ସମନ୍ କରିଛନ୍ତି। ଆଜି ନଡ଼ାପାଳ ଜାଳିବା ପ୍ରସଙ୍ଗରେ କୋର୍ଟ ଦିଲ୍ଲୀ, ପଂଜାବ, ଉତ୍ତରପ୍ରଦେଶ ଏବଂ ରାଜସ୍ଥାନ ସରକାରଙ୍କ ଉପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବାପରେ ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ମୁଖ୍ୟଙ୍କୁ ସମନ୍ କରିଛନ୍ତି। କୋର୍ଟ କହିଛନ୍ତି, ଦିଲ୍ଲୀ ବର୍ଷ ବର୍ଷ ଧରି ଏଭଳି ସାଂଘାତିକ ବାୟୁ ପ୍ରଦୂଷଣ ଭୋଗି ପାରିବନି। ଏହାର ସମାଧାନ କ’ଣ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଆସନ୍ତା ବୁଧବାର ଦିନ ସମସ୍ତ ପକ୍ଷ ଏହି ପ୍ରସଙ୍ଗରେ ଏକ ବୈଠକ କରିବାପାଇଁ କୋର୍ଟ କହିଛନ୍ତି। ପ୍ରଦୂଷଣରେ ଚିନ୍ତା ପ୍ରକଟ କରି କୋର୍ଟ କହିଛନ୍ତି, ବାୟୁ ପ୍ରଦୂଷଣ ପରବର୍ତ୍ତୀ ପିଢ଼ି ଉପରେ ଅତି ସାଂଘାତିକ ପ୍ରଭାବ ପକାଇବ।

Tags: