ଦିଲ୍ଲୀ ପହଞ୍ଚିଲେ ଭାରତୀୟ ବଂଶୋଦ୍ଭବ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ବିଶ୍ବନେତାମାନେ ପହଞ୍ଚିଗଲେଣି। ଭାରତର ଜ୍ବାଇଁ ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଦିଲ୍ଲୀ ପହଞ୍ଚି ସାରିଛନ୍ତି। ଋଷି ସୁନକଙ୍କ ସହ ପତ୍ନୀ ଅକ୍ଷତା ମୂର୍ତ୍ତି ଆସିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର, ପରିବେଶ ,ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ ସୁନକଙ୍କୁ ସ୍ବାଗତ କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ […]

Samaya Live Picture
Published On

ନୂଆଦିଲ୍ଲୀ : ଜି-୨୦ ସମ୍ମିଳନୀ ପାଇଁ ବିଶ୍ବନେତାମାନେ ପହଞ୍ଚିଗଲେଣି। ଭାରତର ଜ୍ବାଇଁ ତଥା ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଆଜି ଦିଲ୍ଲୀ ପହଞ୍ଚି ସାରିଛନ୍ତି। ଋଷି ସୁନକଙ୍କ ସହ ପତ୍ନୀ ଅକ୍ଷତା ମୂର୍ତ୍ତି ଆସିଛନ୍ତି। କେନ୍ଦ୍ର ଖାଉଟି ବ୍ୟାପାର, ପରିବେଶ ,ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ରାଷ୍ଟ୍ର ମନ୍ତ୍ରୀ ଅଶ୍ବିନୀ ଚୌବେ ସୁନକଙ୍କୁ ସ୍ବାଗତ କରିଛନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା, ରୁଷ୍‌ ବିଦେଶ ମନ୍ତ୍ରୀ ସେର୍ଗି ଲାବରୋବ ଜି-୨୦ ସମ୍ମିଳନୀ ପାଇଁ ଦିଲ୍ଲୀ ପହଞ୍ଚି ସାରିଛନ୍ତି। ଜାତିସଂଘ ସାଧାରଣ ସଚିବ ଆଣ୍ଟୋନିଓ ଗୁଟେରସ ମଧ୍ୟ ଦିଲ୍ଲୀରେ ଆସି ପହଞ୍ଚି ସାରିଛନ୍ତି। ନେତାମାନଙ୍କୁ ଦିଲ୍ଲୀରେ ଭବ୍ୟ ସ୍ବାଗତ କରାଯାଉଛି। ସେମାନଙ୍କ ପାଇଁ ବିମାନବନ୍ଦରରେ ସାଂସ୍କୃତିକ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି।

Tags: