ଦିଲ୍ଲୀ ନୋ-ଫ୍ଲାଏ ଜୋନ୍, ଜି-୨୦ ଡିନର ପାଇଁ କେମିତି ଯିବି : ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଜି-୨୦ ଡିନର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ବାଘେଲ ଡିନର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି। କାରଣଟି ଅତି ଅଜବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷା କାରଣ ପାଇଁ ଦିଲ୍ଲୀ ଏବେ ନୋ ଫ୍ଲାଏ ଜୋନ୍। ତେଣୁ ମୁଁ ଦିଲ୍ଲୀ ଯିବି କେମିତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଥିଲା ଯେ ୨ ଦିନିଆ ଜି-୨୦ ସମ୍ମିଳନୀ […]
ନୂଆଦିଲ୍ଲୀ : ଜି-୨୦ ଡିନର ପାଇଁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ ବାଘେଲ ଡିନର କାର୍ଯ୍ୟକ୍ରମରେ ଯୋଗ ଦେଇପାରିବେନି। କାରଣଟି ଅତି ଅଜବ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁରକ୍ଷା କାରଣ ପାଇଁ ଦିଲ୍ଲୀ ଏବେ ନୋ ଫ୍ଲାଏ ଜୋନ୍। ତେଣୁ ମୁଁ ଦିଲ୍ଲୀ ଯିବି କେମିତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଦିଲ୍ଲୀ ବିମାନବନ୍ଦର ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି କୁହାଯାଇଥିଲା ଯେ ୨ ଦିନିଆ ଜି-୨୦ ସମ୍ମିଳନୀ ସମୟରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ କେବଳ ସିଡ୍ୟୁଲ ବିମାନ ଏବଂ ସ୍ବତନ୍ତ୍ର ଜି-୨୦ ବିମାନକୁ ଅବତରଣ ଏବଂ ଉଡ଼ାଣ କରିବାର ଅନୁମତି ମିଳିବ। ପୂର୍ବରୁ ସିଡ୍ୟୁଲ ହୋଇନଥିବା ବିମାନ ଏବଂ ଚାର୍ଟଡ ଫ୍ଲାଇଟ୍କୁ ଏହି ସମୟରେ ଅନୁମତି ମିଳିବନି। ଜି-୨୦ ପ୍ରତିନିଧିଙ୍କ ବାଦ୍ ସରକାର ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ମନ୍ତ୍ରୀଙ୍କୁ ବୈଠକକୁ ନିମନ୍ତ୍ରଣ କରିଛନ୍ତି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଳନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବୈଠକରେ ଯୋଗ ଦେବେ ବୋଲି ସ୍ପଷ୍ଟ କରି ସାରିଛନ୍ତି। ଇତି ମଧ୍ୟରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଦେବଗୌଡ଼ା ଅସୁସ୍ଥତା କାରଣ ପାଇଁ ବୈଠକରେ ଯୋଗ ଦେଇପାରିବେନି ବୋଲି କହିଛନ୍ତି। ତେବେ ଅନେକ ବିରୋଧୀ ନେତାଙ୍କୁ ଡିନରକୁ ନିମନ୍ତ୍ରଣ କରାଯାଇନି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଡିନର ପାଇଁ ନିମନ୍ତ୍ରଣ କରାଯାଇନି। ଏହି ପ୍ରସଙ୍ଗରେ କଂଗ୍ରେସ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି। ବାଘେଲ କହିଛନ୍ତି, ଏହା ଅଭ୍ୟନ୍ତ ଦୁର୍ଭାଗ୍ୟଜନକ। ସେମାନେ ଗଣତନ୍ତ୍ରରେ ବିରୋଧୀଙ୍କୁ ସମ୍ମାନ ଦେବା ଉଚିତ। ଡିନର ପାଇଁ ଖଡ଼ଗେଙ୍କୁ ନିମନ୍ତ୍ରଣ କରାନଯିବା ଗଣତନ୍ତ୍ର ଉପରେ ଏକ ଆକ୍ରମଣ ବୋଲି ସେ କହିଛନ୍ତି।




