ଦିଲ୍ଲୀ ନର୍ସିଂହୋମ୍ରେ ଡାକ୍ତରଙ୍କୁ ହତ୍ୟା କଲେ ଦୁଇ ନାବାଳକ
ନୂଆଦିଲ୍ଲୀ: କୋଲକାତାରେ ଆର୍ଜି କର ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବିରୋଧ କରି କନିଷ୍ଠ ଡାକ୍ତରମାନେ ଡାକ୍ତରଙ୍କ ସୁରକ୍ଷା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିବାବେଳେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦିଲ୍ଲୀରେ ଏକ ନର୍ସିଂହୋମ୍ରେ ଜଣେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ୨ ଜଣ ନାବାଳକ ରୋଗୀ ବେଶରେ ଆସି ଡାକ୍ତରଙ୍କୁ ତାଙ୍କ ଚ୍ୟାମ୍ବରରେ ପଶି ଗୁଳି କରିଛନ୍ତି। କାଳନ୍ଦୀ କୁଞ୍ଜ ଥାନା ଅଧୀନସ୍ଥ ଜତିପୁରରେ ନିମା ହସ୍ପିଟାଲରେ ରାତି ପ୍ରାୟ ୧.୪୫ […]
ନୂଆଦିଲ୍ଲୀ: କୋଲକାତାରେ ଆର୍ଜି କର ଦୁଷ୍କର୍ମ ଏବଂ ହତ୍ୟା ଘଟଣାକୁ ବିରୋଧ କରି କନିଷ୍ଠ ଡାକ୍ତରମାନେ ଡାକ୍ତରଙ୍କ ସୁରକ୍ଷା ଦାବିରେ ଦୀର୍ଘ ଦିନ ଧରି ଆନ୍ଦୋଳନରେ ବସିଥିବାବେଳେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଦିଲ୍ଲୀରେ ଏକ ନର୍ସିଂହୋମ୍ରେ ଜଣେ ଡାକ୍ତରଙ୍କୁ ଗୁଳିକରି ହତ୍ୟା କରାଯାଇଛି। ୨ ଜଣ ନାବାଳକ ରୋଗୀ ବେଶରେ ଆସି ଡାକ୍ତରଙ୍କୁ ତାଙ୍କ ଚ୍ୟାମ୍ବରରେ ପଶି ଗୁଳି କରିଛନ୍ତି। କାଳନ୍ଦୀ କୁଞ୍ଜ ଥାନା ଅଧୀନସ୍ଥ ଜତିପୁରରେ ନିମା ହସ୍ପିଟାଲରେ ରାତି ପ୍ରାୟ ୧.୪୫ ସମୟରେ ଏହି ଘଟଣା ଘଟିଛି। ଗୁଳିମାଡ଼ରେ ପ୍ରାଣ ହରାଇଥିବା ଡାକ୍ତରଙ୍କ ନାଁ ଜାଭେଦ ଅଖତାର। ପୁଲିସ ଅନୁଯାୟୀ ୨ ଆକ୍ରମଣକାରୀଙ୍କ ବୟସ ପ୍ରାୟ ୧୬ ବର୍ଷ। ସେମାନେ ଚିକିତ୍ସା କରିବା ବାହାନାରେ ହସ୍ପିଟାଲ୍ ଆସିଥିଲେ। ତେବେ ହସ୍ପିଟାଲ୍ କର୍ତ୍ତୃପକ୍ଷଙ୍କ ଅନୁଯାୟୀ ୨ ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଦିନକ ପୂର୍ବରୁ ମଧ୍ୟ ହସ୍ପିଟାଲ ଆସିଥିଲା। ୨ ସନ୍ଦିଗ୍ଧ ହସ୍ପିଟାଲ ଆସି ଚିକିତ୍ସା କରାଇବା ବାହାନାରେ ସିଧା ଡାକ୍ତର ଅଖତାରଙ୍କ ଚ୍ୟାମ୍ବର ବାହାରେ ପହଞ୍ଚି ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳି ଶବ୍ଦ ଶୁଣି ହସ୍ପିଟାଲ୍ କର୍ମଚାରୀମାନେ କ୍ୟାବିନ୍ ନିକଟରେ ପହଞ୍ଚିଥିଲେ। ଡାକ୍ତର ଅଖତାରଙ୍କ ମୁଣ୍ଡରେ ଏକ ଗୁଳି ବାଜିଥିଲା ଏବଂ ପ୍ରବଳ ରକ୍ତସ୍ରାବ ହେଉଥିବା ଦେଖିବାକୁ ମିଳିଥିଲା। ପୁଲିସ ଏବେ ହସ୍ପିଟାଲ୍ର ବିଭିନ୍ନ ଅଞ୍ଚଳରେ ଲାଗିଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।




