ଦିଲ୍ଲୀ ଡ୍ରଗ୍ସ ରାକେଟ୍‌ର ମାଷ୍ଟରମାଇଣ୍ଡ ଦୁବାଇରେ: ଏନ୍‌ସିବି

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦିଲ୍ଲୀରେ ୨୦୨୪ ନଭେମ୍ବରରେ ଜବତ ହୋଇଥିବା ୨୫୦୦ କୋଟି ଟଙ୍କାର କୋକେନ୍‌ ରାକେଟର ମାଷ୍ଟରମାଇଣ୍ଡ ପୱନ ଠାକୁର ବିରୋଧରେ ପ୍ରଥମ ଥର ପାଇଁ ଇଣ୍ଟରପୋଲ ନୋଟିସ ଜାରି କରିଛି। ଦୁବାଇରେ ରହୁଥିବା ଠାକୁର ୮୨ କିଲୋଗ୍ରାମ ଉଚ୍ଚମାନର କୋକେନ ଚୋରାଚାଲାଣରେ ଜଡ଼ିତ ଥିଲା, ଯାହା ମେକ୍ସିକୋରୁ ଭାରତୀୟ ବନ୍ଦର ଦେଇ ଦିଲ୍ଲୀରେ ଏକ ଗୋଦାମରେ ରଖାଯାଇ ଅଷ୍ଟ୍ରେଲିଆ ପଠାଇବାର ଯୋଜନା ଥିଲା। ଇଣ୍ଟରପୋଲ୍‌ର ଏହି ନୋଟିସ୍‌ ୧୯୬ ସଦସ୍ୟ ଦେଶରେ […]

ଦିଲ୍ଲୀ ଡ୍ରଗ୍ସ ରାକେଟ୍‌ର ମାଷ୍ଟରମାଇଣ୍ଡ ଦୁବାଇରେ: ଏନ୍‌ସିବି
Samaya Live Picture
Published On

ନୂଆଦିଲ୍ଲୀ: ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି) ଦିଲ୍ଲୀରେ ୨୦୨୪ ନଭେମ୍ବରରେ ଜବତ ହୋଇଥିବା ୨୫୦୦ କୋଟି ଟଙ୍କାର କୋକେନ୍‌ ରାକେଟର ମାଷ୍ଟରମାଇଣ୍ଡ ପୱନ ଠାକୁର ବିରୋଧରେ ପ୍ରଥମ ଥର ପାଇଁ ଇଣ୍ଟରପୋଲ ନୋଟିସ ଜାରି କରିଛି। ଦୁବାଇରେ ରହୁଥିବା ଠାକୁର ୮୨ କିଲୋଗ୍ରାମ ଉଚ୍ଚମାନର କୋକେନ ଚୋରାଚାଲାଣରେ ଜଡ଼ିତ ଥିଲା, ଯାହା ମେକ୍ସିକୋରୁ ଭାରତୀୟ ବନ୍ଦର ଦେଇ ଦିଲ୍ଲୀରେ ଏକ ଗୋଦାମରେ ରଖାଯାଇ ଅଷ୍ଟ୍ରେଲିଆ ପଠାଇବାର ଯୋଜନା ଥିଲା। ଇଣ୍ଟରପୋଲ୍‌ର ଏହି ନୋଟିସ୍‌ ୧୯୬ ସଦସ୍ୟ ଦେଶରେ ଠାକୁରର ସମ୍ପତ୍ତି, ବ୍ୟବସାୟ ଓ ଆର୍ଥିକ କାରବାର ଟ୍ରାକ୍ କରିବାରେ ସହାୟତା କରିବ। ଏନ୍‌ସିବି ତଦନ୍ତ ଅନୁସାରେ, ଠାକୁର ଦିଲ୍ଲୀର କୁଚା ମହାଜନୀ ବଜାରରେ ହାୱାଲା ଏଜେଣ୍ଟ ଭାବେ କାମ ଆରମ୍ଭ କରି ବୃହତ୍ ନିଶାଦ୍ରାବ୍ୟ ଚୋରାଚାଲାଣରେ ଜଡ଼ିତ ହୋଇଥିଲା। ତା’ର କାର୍ଯ୍ୟକଳାପ ଭାରତରୁ ଦୁବାଇ ପର୍ଯ୍ୟନ୍ତ ବ୍ୟାପିଛି। ସେ ହାୱାଲା, କ୍ରିପ୍ଟୋକରେନ୍ସି ଓ ସେଲ୍‌ କମ୍ପାନି ଜରିଆରେ ଅବୈଧ ଅର୍ଥ ପରିଚାଳନା କରୁଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତରୁ ଜଣାପଡ଼ିଛି ଯେ ଠାକୁର ଦ୍ବାରା ପରିଚାଳିତ ସିଣ୍ଡିକେଟ ଜାଲି ଆମଦାନି-ରପ୍ତାନି କାଗଜପତ୍ର ଓ କ୍ରିପ୍ଟୋ ଲେଣଦେଣ ଜରିଆରେ ବିପୁଳ କଳା ଟଙ୍କାକୁ ଧଳା କରିଥିଲା।

Tags: