ଦିଲ୍ଲୀ ଗହଣା ସୋରୁମ୍‌ରୁ ୨୫ କୋଟି ଟଙ୍କାର ଗହଣା ଚୋରି ମାମଲା,ଚୋରଙ୍କୁ ଧରିବା ପାଇଁ ୨୦ ପୁଲିସ ଟିମ୍‌

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଭୋଗଲସ୍ଥିତ ଏକ ଗହଣା ସୋରୁମ୍‌ରୁ ସୋମବାର ରାତିରେ ଲୁଟ୍‌ ହୋଇଥିଲା। ଲୁଟେରାମାନେ ୩୦ କେଜି ସୁନା ଓ ଅନ୍ୟ ଗହଣା ଲୁଟି ନେଇଥିଲେ । ଲୁଟ୍‌ ହୋଇଥିବା ଗହଣାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ। ଏଥିସହ ସେମାନେ ନଗଦ ୫ ଲକ୍ଷ ଟଙ୍କା ବି ଲୁଟିନେଇଥିଲେ। ଏହା ପଛରେ ଗହଣା ଦୋକାନର ‌କେହି କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି। ଆଖପାଖ ସିସିଟିଭି କ୍ୟାମେରାରୁ […]

Samaya Live Picture
Published On

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଭୋଗଲସ୍ଥିତ ଏକ ଗହଣା ସୋରୁମ୍‌ରୁ ସୋମବାର ରାତିରେ ଲୁଟ୍‌ ହୋଇଥିଲା। ଲୁଟେରାମାନେ ୩୦ କେଜି ସୁନା ଓ ଅନ୍ୟ ଗହଣା ଲୁଟି ନେଇଥିଲେ । ଲୁଟ୍‌ ହୋଇଥିବା ଗହଣାର ମୂଲ୍ୟ ପ୍ରାୟ ୨୫ କୋଟି ଟଙ୍କା ହେବ। ଏଥିସହ ସେମାନେ ନଗଦ ୫ ଲକ୍ଷ ଟଙ୍କା ବି ଲୁଟିନେଇଥିଲେ। ଏହା ପଛରେ ଗହଣା ଦୋକାନର ‌କେହି କର୍ମଚାରୀ ସମ୍ପୃକ୍ତ ଥିବା ସନ୍ଦେହ କରି ପୁଲିସ ଅନୁସନ୍ଧାନ ଆରମ୍ଭ କରିଛି। ଆଖପାଖ ସିସିଟିଭି କ୍ୟାମେରାରୁ ପୁଲିସ କିଛି ସୁରାକ୍‌ ପାଇଛି। ୨୦୦ ପୁଲିସଙ୍କୁ ନେଇ ୨୦ଟି ଟିମ୍‌ ଗଠନ ହୋଇଛି। ଉକ୍ତ ଟିମ୍‌ ଚୋରଙ୍କୁ ଧରିବା କାମରେ ନିୟୋଜିତ ହୋଇଛନ୍ତି। ଲୁଟେରାମାନେ ପାଖ କୋଠାର ଛାତ ଦେଇ ଗହଣା ସୋରୁମ୍ ଭିତରେ ପ୍ରବେଶ କରିବା ପରେ ଷ୍ଟ୍ରଂରୁମ୍‌ର କଙ୍କ୍ରିଟ୍ ଖୋଳି ଗହଣା ଲୁଟିଥିଲେ। ଏହା ପୂର୍ବରୁ ସେମାନେ ଆଲାର୍ମ ସିଷ୍ଟମ୍ ଓ ସିସିଟିଭି କ୍ୟାମେରାକୁ ଅକାମୀ କରିଦେଇଥିଲେ। ରବିବାର ରାତି ୮ଟାରେ ବେପାର ପରେ ଗହଣା ଦୋକାନର ସଟର ବନ୍ଦ କରାଯାଇଥିଲା। ସୋମବାର ଦୋକାନ ବନ୍ଦ ଥିଲା। ମଙ୍ଗଳବାର ସକାଳେ ବି ଦୋକାନର ସଟର ସେମିତି ବନ୍ଦ ଥିବା ଦେଖିବାକୁ ମିଳିଥିଲା। କିନ୍ତୁ ମଙ୍ଗଳବାର ଦିନ ସାଢ଼େ ୧୦ଟା ବେଳେ ଦୋକାନ ଖୋଲିବା ପରେ ଷ୍ଟ୍ରଂରୁମ୍ କାନ୍ଥ କଣା ହୋଇଥିବା ଏବଂ ୩୦ କେଜି ଗହଣା ଚୋରି ହୋଇଥିବା ଜଣାପଡ଼ିଥିଲା।

Tags: