ଦିଲ୍ଲୀ ଗଲେ ନୀତୀଶ; ବିହାରରେ ନେତୃତ୍ବ ପରିବର୍ତ୍ତନ ସମ୍ଭାବନା
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ନିର୍ବାଚନ ଫଳ ଘୋଷଣା ହେବାର ଦିନକ ପୂର୍ବରୁ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ନୀତୀଶ ଯେଉଁ ସମୟରେ ଦିଲ୍ଲୀ ଗସ୍ତ କରିଛନ୍ତି ତାକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଉଭୟ ବିଜେପି ଏବଂ ଜେଡିୟୁ ପକ୍ଷରୁ ନୀତୀଶ ଏବଂ ମୋଦୀଙ୍କ ସାକ୍ଷାତଙ୍କୁ ସୌଜନ୍ୟମୂଳକ ବୋଲି କୁହାଯାଇଛି। କିନ୍ତୁ ଲୋକସଭା ନିର୍ବାଚନ ଫଳ ବାହାରିବା ପରେ ବିହାରରେ ନେତୃତ୍ବ ପରିବର୍ତ୍ତନ ହୋଇପାରେ ବୋଲି […]
ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାର ନିର୍ବାଚନ ଫଳ ଘୋଷଣା ହେବାର ଦିନକ ପୂର୍ବରୁ ଦିଲ୍ଲୀ ଗସ୍ତ କରିଛନ୍ତି। ତେବେ ନୀତୀଶ ଯେଉଁ ସମୟରେ ଦିଲ୍ଲୀ ଗସ୍ତ କରିଛନ୍ତି ତାକୁ ନେଇ ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ଉଭୟ ବିଜେପି ଏବଂ ଜେଡିୟୁ ପକ୍ଷରୁ ନୀତୀଶ ଏବଂ ମୋଦୀଙ୍କ ସାକ୍ଷାତଙ୍କୁ ସୌଜନ୍ୟମୂଳକ ବୋଲି କୁହାଯାଇଛି। କିନ୍ତୁ ଲୋକସଭା ନିର୍ବାଚନ ଫଳ ବାହାରିବା ପରେ ବିହାରରେ ନେତୃତ୍ବ ପରିବର୍ତ୍ତନ ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ନୀତୀଶଙ୍କୁ ରାଜ୍ୟ ବାହାରେ ଏକ ନୂଆ ନେତୃତ୍ବ ମିଳିପାରେ ଏବଂ ରାଜ୍ୟରେ ଅନ୍ୟ କାହାକୁ ନେତୃତ୍ବ ଦିଆଯିବ ବୋଲି କୁହାଯାଉଛି। ଜେଡିୟୁର ଦାବି ଅନୁଯାୟୀ ବିହାରରେ ୨୦୨୫ରେ ଆଗୁଆ ବିଧାନସଭା ନିର୍ବାଚନ ହୋଇପାରେ। ତେବେ ଉକ୍ତ ପ୍ରସଙ୍ଗରେ ଟିପ୍ପଣୀ ରଖି ଜଣେ ଜେଡିୟୁ କାର୍ଯ୍ୟକର୍ତ୍ତା କହିଛନ୍ତି, ନୀତୀଶ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। କିନ୍ତୁ ରାଜ୍ୟ ନେତୃତ୍ବରେ କୌଣସି ପରିବର୍ତ୍ତନ ହେବାର ନାହିଁ। ନୀତୀଶ ଏକ ରୁଟିନ ମେଡିକାଲ ଚେକଅପ୍ ପାଇଁ ଦିଲ୍ଲୀରେ ଥିବା ସେ କହିଛନ୍ତି।




