ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବେ ନେପାଳ ରାଷ୍ଟ୍ରପତି

ନୂଆଦିଲ୍ଲୀ: ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲଙ୍କୁ ଆଜି ଦିଲ୍ଲୀ ଏୟାରଲିଫ୍ଟ କରାଯିବ। ନେପାଳ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଗୋଟିଏ ମାସ ମଧ୍ୟରେ ଲଗାତାର ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ପୌଡ଼େଲଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଇଛି। ଶ୍ବାସକ୍ରିୟା ଜନିତ ସମସ୍ୟା ପାଇଁ ୭୮ ବର୍ଷୀୟ ପୌଡ଼େଲଙ୍କୁ ମଙ୍ଗଳବାର ଟିୟୁ ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସୁନଥିବାରୁ ତାଙ୍କୁ ଆଜି ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ଉପଦେଷ୍ଟା କିରଣ […]

Samaya Live Picture
Published On

ନୂଆଦିଲ୍ଲୀ: ନେପାଳ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡ଼େଲଙ୍କୁ ଆଜି ଦିଲ୍ଲୀ ଏୟାରଲିଫ୍ଟ କରାଯିବ। ନେପାଳ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଗୋଟିଏ ମାସ ମଧ୍ୟରେ ଲଗାତାର ଦ୍ବିତୀୟ ଥର ପାଇଁ ରାଷ୍ଟ୍ରପତି ପୌଡ଼େଲଙ୍କ ସ୍ବାସ୍ଥ୍ୟାବସ୍ଥା ଜଟିଳ ହୋଇଯାଇଛି। ଶ୍ବାସକ୍ରିୟା ଜନିତ ସମସ୍ୟା ପାଇଁ ୭୮ ବର୍ଷୀୟ ପୌଡ଼େଲଙ୍କୁ ମଙ୍ଗଳବାର ଟିୟୁ ଟିଚିଂ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଦ୍ଧାର ଆସୁନଥିବାରୁ ତାଙ୍କୁ ଆଜି ଦିଲ୍ଲୀ ଏମ୍ସ ଏୟାରଲିଫ୍ଟ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତିଙ୍କ ଗଣମାଧ୍ୟମ ଉପଦେଷ୍ଟା କିରଣ ପୋଖରେଲ ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଏବଂ ଉପପ୍ରଧାନମନ୍ତ୍ରୀ ଏବଂ ପ୍ରତିରକ୍ଷା ମନ୍ତ୍ରୀ ପୁର୍ନ ବାହାଦୁର ଖଡ଼କା ରାଷ୍ଟ୍ରପତିଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଂକ୍ରାନ୍ତରେ ପଚାରି ବୁଝିଥିଲେ।

Tags: