ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ , ସମସ୍ତ ରୋଗୀ ସୁରକ୍ଷିତ ଉଦ୍ଧାର

ନୂଆଦିଲ୍ଲୀ , ୭/୮ : ଦିଲ୍ଲୀ ଏମ୍ସର ଇମର୍ଜେନ୍ସି ୱାର୍ଡ ନିକଟରେ ଆଜି ଅଗ୍ନିକାଣ୍ଡ ହୋଇଛି। ପୂର୍ବାହ୍ନ ୧୧.୫୪ରେ ଦିଲ୍ଲୀ ଏମ୍ସରେ ନିଆଁ ଲାଗି ଯାଇଥିବା ଖବର ମିଳିବାପରେ ସଙ୍ଗେସଙ୍ଗେ ୮ ଅଗ୍ନି ନିର୍ବାପକ ଦଳ ମୁତୟନ ହୋଇଥିଲେ। ହସ୍ପିଟାଲ ଇମର୍ଜେନ୍ସି ୱାର୍ଡରୁ ସମସ୍ତ ରୋଗୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଇମର୍ଜେନ୍ସି ୱାର୍ଡ ନିକଟସ୍ଥ ଏଣ୍ଡୋସ୍କୋପି ରୁମ୍ରେ ଆଜି ଅଗ୍ନିକାଣ୍ଡ ହୋଇଛି। ତେବେ ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ […]

Samaya Live Picture
Published On

ନୂଆଦିଲ୍ଲୀ , ୭/୮ : ଦିଲ୍ଲୀ ଏମ୍ସର ଇମର୍ଜେନ୍ସି ୱାର୍ଡ ନିକଟରେ ଆଜି ଅଗ୍ନିକାଣ୍ଡ ହୋଇଛି। ପୂର୍ବାହ୍ନ ୧୧.୫୪ରେ ଦିଲ୍ଲୀ ଏମ୍ସରେ ନିଆଁ ଲାଗି ଯାଇଥିବା ଖବର ମିଳିବାପରେ ସଙ୍ଗେସଙ୍ଗେ ୮ ଅଗ୍ନି ନିର୍ବାପକ ଦଳ ମୁତୟନ ହୋଇଥିଲେ। ହସ୍ପିଟାଲ ଇମର୍ଜେନ୍ସି ୱାର୍ଡରୁ ସମସ୍ତ ରୋଗୀ ଏବଂ କର୍ମଚାରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ଇମର୍ଜେନ୍ସି ୱାର୍ଡ ନିକଟସ୍ଥ ଏଣ୍ଡୋସ୍କୋପି ରୁମ୍ରେ ଆଜି ଅଗ୍ନିକାଣ୍ଡ ହୋଇଛି। ତେବେ ସଙ୍ଗେସଙ୍ଗେ ଅଗ୍ନି ନିର୍ବାପକ ଦଳ ନିଆଁକୁ ନିୟନ୍ତ୍ରଣ କରିନେଇଥିଲେ। ଉକ୍ତ ଘଟଣା ପରେ ଦିଲ୍ଲୀ ଏମ୍ସର ଇମର୍ଜେନ୍ସି ୱାର୍ଡ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବନ୍ଦ ରହିଛି। ଦିଲ୍ଲୀ ଏମ୍ସର ଇମର୍ଜେନ୍ସି କେୟାରକୁ ଆସୁଥିବା ରୋଗୀମାନଙ୍କୁ ସଫଦରଜଙ୍ଗ ଯିବାକୁ କୁହାଯାଉଛି। ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ପିଟାଲ ଗେଟ୍ ନିକଟରେ ଏହି ଖବର ଦିଆଯାଉଛି। ଏମ୍ସ ନିର୍ଦ୍ଦେଶକ ଆଜି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି।

Tags: