ଦିଲ୍ଲୀ-ଏନ୍‌ସିଆର୍‌ରେ ବର୍ଷା ଜନିତ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ ହୋଇପଡ଼ିଛି । ଗୁରୁଗ୍ରାମରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଜିଆବାଦରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଜଳବନ୍ଦୀ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଚଳିତ ମୌସୁମୀରେ ପ୍ରଥମ ପ୍ରବଳ ବର୍ଷା ଏନ୍‌ସିଆର୍‌ରେ ସାର୍ବଜନୀନ ଭିତ୍ତିଭୂମିର ଦୁର୍ବଳତା ଓ ଋତୁକାଳୀନ ପାଣିପାଗ ପରିସ୍ଥିତିର ମୁକାବିଲା କରିବାରେ ଦଶନ୍ଧି ପୁରୁଣା ଡ୍ରେନେଜ ନେଟୱର୍କର ଅକ୍ଷମତାକୁ ସୂଚାଇ ଦେଇଛି। ବୁଧବାର ସନ୍ଧ୍ୟାରୁ ଗୁରୁବାର […]

ଦିଲ୍ଲୀ-ଏନ୍‌ସିଆର୍‌ରେ ବର୍ଷା ଜନିତ କାରଣ ପାଇଁ ୯ ଜଣଙ୍କ ମୃତ୍ୟୁ
Samaya Live Picture
Published On

ନୂଆଦିଲ୍ଲୀ ପ୍ରବଳ ବର୍ଷାରେ ଦିଲ୍ଲୀ ବେହାଲ ହୋଇପଡ଼ିଛି । ଗୁରୁଗ୍ରାମରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗାଜିଆବାଦରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ବ୍ୟାପକ ଜଳବନ୍ଦୀ ଓ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଚଳିତ ମୌସୁମୀରେ ପ୍ରଥମ ପ୍ରବଳ ବର୍ଷା ଏନ୍‌ସିଆର୍‌ରେ ସାର୍ବଜନୀନ ଭିତ୍ତିଭୂମିର ଦୁର୍ବଳତା ଓ ଋତୁକାଳୀନ ପାଣିପାଗ ପରିସ୍ଥିତିର ମୁକାବିଲା କରିବାରେ ଦଶନ୍ଧି ପୁରୁଣା ଡ୍ରେନେଜ ନେଟୱର୍କର ଅକ୍ଷମତାକୁ ସୂଚାଇ ଦେଇଛି। ବୁଧବାର ସନ୍ଧ୍ୟାରୁ ଗୁରୁବାର ସକାଳ ମଧ୍ୟରେ ଗୁରୁଗ୍ରାମରେ ୧୩୩ ମିଲିମିଟର ବର୍ଷା ହୋଇଛି। ସହରର ଅଧିକାଂଶ ରାସ୍ତା ଜଳମଗ୍ନ ହୋଇଥିବାରୁ ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ବର୍ଷାଜନିତ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଜଣେ ସଫ୍ଟୱେର ଇଞ୍ଜିନିୟର ଅକ୍ଷତ କୁମାର ଜୈନ (୨୫) ଅଛନ୍ତି, ଯିଏ ବୁଧବାର ତାଙ୍କ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇ ଏକ ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇଥିଲେ। ଲାଇଭ୍ ତାର ପାଣିରେ ପଡ଼ିଯିବାରୁ ସେ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଥିବା ଗୁରୁଗ୍ରାମ ପୁଲିସ ଜନସମ୍ପର୍କ ଅଧିକାରୀ ସନ୍ଦୀପ କୁମାର କହିଛନ୍ତି। ସେକ୍ଟର-୧୮ରେ ୨୬ ବର୍ଷୀୟ ଡେଲିଭରି ଏକ୍‌ଜିକ୍ୟୁଟିଭ୍ ପୱନ କୁମାର ଗୁରୁବାର ରାତି ୧ଟାରେ ବିଦ୍ୟୁତ୍ ଖୁଣ୍ଟ ନିକଟରେ ବାଇକ୍ ଅଟକାଇବାରୁ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ସେକ୍ଟର-୮ରେ ଏକ ଘରୋଇ ସଂସ୍ଥାର କର୍ମଚାରୀ ପ୍ରଶାନ୍ତ ମିଶ୍ର (୨୨) ବର୍ଷାଭିଜା ସିଡି ଉପରକୁ ଚଢ଼ୁଥିବା ବେଳେ ବର୍ଷାରେ ଛିଣ୍ଡି ଯାଇଥିବା ତାର ସଂସ୍ପର୍ଶରେ ଆସିଥିବା ରେଲିଂକୁ ଛୁଇଁଥିଲେ।

Tags: