ଦିଲ୍ଲୀ-ଏନ୍ସିଆରରେ ପ୍ରଦୂଷଣ ମୁକାବିଲା, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଶୀତ ଋତୁ ପାଖେଇ ଆସୁଥିବା ବେଳେ ଦିଲ୍ଲୀ-ଏନ୍ସିଆରରେ ପ୍ରତିକୂଳ ବାୟୁ ଗୁଣବତ୍ତା ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାୟୁ ପ୍ରଦୂଷଣର ବିଭିନ୍ନ ଉତ୍ସର ପ୍ରଭାବ ହ୍ରାସ ପାଇଁ ନିଆଯାଉଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରମୁଖ ଶାସନ […]
ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍ସିଆରରେ ବାୟୁ ପ୍ରଦୂଷଣ ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡ. ପ୍ରମୋଦ କୁମାର ମିଶ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ)ରେ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଶୀତ ଋତୁ ପାଖେଇ ଆସୁଥିବା ବେଳେ ଦିଲ୍ଲୀ-ଏନ୍ସିଆରରେ ପ୍ରତିକୂଳ ବାୟୁ ଗୁଣବତ୍ତା ସମସ୍ୟାର ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିବା ଲାଗି ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ବାୟୁ ପ୍ରଦୂଷଣର ବିଭିନ୍ନ ଉତ୍ସର ପ୍ରଭାବ ହ୍ରାସ ପାଇଁ ନିଆଯାଉଥିବା ଏକାଧିକ ପଦକ୍ଷେପ ସମ୍ପର୍କରେ ବୈଠକରେ ପ୍ରମୁଖ ଶାସନ ସଚିବ ବିସ୍ତୃତ ଆଲୋଚନା କରିଥିଲେ। ଏହି ସମୀକ୍ଷା ବୈଠକରେ ସମସ୍ତ ପ୍ରମୁଖ ଅଂଶୀଦାର ଯଥା ପରିବେଶ, କୃଷି, ଶକ୍ତି, ପେଟ୍ରୋଲିୟମ, ସଡ଼କ ପରିବହନ ଓ ରାଜପଥ, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ ମନ୍ତ୍ରଣାଳୟ ସମେତ ଏନ୍ସିଆର ଏବଂ ଆଖପାଖ ଅଞ୍ଚଳରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗର ପ୍ରତିନିଧି, ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ରାଜସ୍ଥାନ ଏବଂ ଦିଲ୍ଲୀର ମୁଖ୍ୟ ଶାସନ ସଚିବ, କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ସମ୍ପୃକ୍ତ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଉଲ୍ଲେଖଯୋଗ୍ୟ ଯେ ଶୀତ ଦିନ ଆସିଲେ ଦିଲ୍ଲୀରେ ବାୟୁର ମାନ ଅତି ସାଂଘାତିକ ସ୍ତରକୁ ଚାଲିଯାଏ। ତେଣୁ ଏହାକୁ ମୁକାବିଲା କରିବାପାଇଁ ଆଗୁଆ ପଦକ୍ଷେପ ନିଆଯାଉଛି।




