ଦିଲ୍ଲୀ-ଏନସିଆରରେ ପ୍ରବଳ ବର୍ଷା, ପବନ , ବିମାନ ଚଳାଚଳ ପ୍ରଭାବିତ
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ଏବଂ ପବନ ବହିଛି। ବର୍ଷା ହେବାଦ୍ବାରା ଲୋକମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମଲହରି ଜନିତ ତାତିରୁ ଟିକେ ତ୍ରାହି ମିଳିଛି। କିନ୍ତୁ ବର୍ଷା ପବନ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଇତି ମଧ୍ୟରେ ସ୍ପାଇସ ଜେଟ୍ କହିଛି ଦିଲ୍ଲୀରେ ଖରାପ ପାଗ ଯୋଗୁଁ ସମସ୍ତ ବିମାନର ଉଡ଼ାଣ ଏବଂ ଅବତରଣ ପ୍ରଭାବିତ ହୋଇଛି। ଭାରତର କିଛି ଅଂଶରେ ଏବେ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, […]
ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ଆଜି ସନ୍ଧ୍ୟାରେ ପ୍ରବଳ ବର୍ଷା ଏବଂ ପବନ ବହିଛି। ବର୍ଷା ହେବାଦ୍ବାରା ଲୋକମାନଙ୍କୁ ପ୍ରଚଣ୍ଡ ଗ୍ରୀଷ୍ମଲହରି ଜନିତ ତାତିରୁ ଟିକେ ତ୍ରାହି ମିଳିଛି। କିନ୍ତୁ ବର୍ଷା ପବନ ଯୋଗୁଁ ବିମାନ ଚଳାଚଳ ପ୍ରଭାବିତ ହୋଇଛି। ଇତି ମଧ୍ୟରେ ସ୍ପାଇସ ଜେଟ୍ କହିଛି ଦିଲ୍ଲୀରେ ଖରାପ ପାଗ ଯୋଗୁଁ ସମସ୍ତ ବିମାନର ଉଡ଼ାଣ ଏବଂ ଅବତରଣ ପ୍ରଭାବିତ ହୋଇଛି। ଭାରତର କିଛି ଅଂଶରେ ଏବେ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିଛି। ପଶ୍ଚିମବଙ୍ଗ, ଓଡ଼ିଶା, ଝାଡ଼ଖଣ୍ଡ, ବିହାର ଏବଂ ଉତ୍ତରପ୍ରଦେଶରେ ଏପ୍ରିଲ ୨୫ ପର୍ଯ୍ୟନ୍ତ ଗ୍ରୀଷ୍ମଲହରୀ ସ୍ଥିତି ଜାରି ରହିବ ବୋଲି ଆଇଏମଡି ଆକଳନ କରିଛି। ପ୍ରବଳ ତାତିରେ ଲୋକ ଆଉଟୁ ପାଉଟୁ ହେଉଥିବାବେଳେ ଏଭଳି ସମୟରେ ବର୍ଷା ଦିଲ୍ଲୀ ବାସିନ୍ଦାଙ୍କୁ ଟିକେ ଆଶ୍ବସ୍ତି ପ୍ରଦାନ କରିଛି।




