ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦୁର୍ଗେଶ ପାଠକଙ୍କୁ ସମନ୍ କଲା ଇଡି
ନୂଆଦିଲ୍ଲୀ : ଦିଳ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ରାଜନୈତିକ ବ୍ୟାପାର କମିଟି ଏବଂ ଜାତୀୟ କାର୍ଯ୍ୟନିର୍ବାହୀ ଓ ସାଂଗଠନିକ ଟିମ୍ ପ୍ରଭାରୀ ଦୁର୍ଗେଶ ପାଠକଙ୍କୁ ଇଡି ସମନ୍ କରିଛି। ୨୦୨୨ରେ ମଧ୍ୟ ତାଙ୍କୁ ଇଡି ସମନ୍ କରିଥିଲା। ଦୁର୍ଗେଶ ପାଠକ ହେଉଛନ୍ତି ଦିଲ୍ଲୀର ରାଜିନ୍ଦର ନଗର ବିଧାୟକ ଏବଂ ସେ ଜଣେ ବରିଷ୍ଠ ଆପ୍ ନେତା। ମନି ଲଣ୍ଡରିଂ ମାମଲାରେ ଇହି ତାଙ୍କୁ ଜେରା କରିବାପାଇଁ ସମନ୍ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ […]
ନୂଆଦିଲ୍ଲୀ : ଦିଳ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆପର ରାଜନୈତିକ ବ୍ୟାପାର କମିଟି ଏବଂ ଜାତୀୟ କାର୍ଯ୍ୟନିର୍ବାହୀ ଓ ସାଂଗଠନିକ ଟିମ୍ ପ୍ରଭାରୀ ଦୁର୍ଗେଶ ପାଠକଙ୍କୁ ଇଡି ସମନ୍ କରିଛି। ୨୦୨୨ରେ ମଧ୍ୟ ତାଙ୍କୁ ଇଡି ସମନ୍ କରିଥିଲା। ଦୁର୍ଗେଶ ପାଠକ ହେଉଛନ୍ତି ଦିଲ୍ଲୀର ରାଜିନ୍ଦର ନଗର ବିଧାୟକ ଏବଂ ସେ ଜଣେ ବରିଷ୍ଠ ଆପ୍ ନେତା। ମନି ଲଣ୍ଡରିଂ ମାମଲାରେ ଇହି ତାଙ୍କୁ ଜେରା କରିବାପାଇଁ ସମନ୍ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସହାୟିକା ବୈଭବ କୁମାରଙ୍କୁ ଆଜି ଇଡି ଜେରା କରିଥିଲା। ଉଲ୍ଲେଖଯୋଗ୍ୟ ଯେ ଅବକାରୀ ଦୁର୍ନୀତି ମାମଲାରେ ପୂର୍ବରୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜେଲରେ ଥିବାବେଳେ ଆଜି ଦୁର୍ଗେଶ ପାଠକଙ୍କୁ ସମନ୍ କରିଛନ୍ତି। ତେବେ ଆପ୍ ଦଳ ଏହାର ନେତାମାନଙ୍କ ବିରୋଧରେ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛି। ବିଜେପି ରାଜନୈତିକ ଫାଇଦା ପାଇବାପାଇଁ ତଦନ୍ତକାରୀ ସଂସ୍ଥା ଗୁଡ଼ିକର ବ୍ୟବହାର କରୁଛି ବୋଲି ଆପ୍ ଦାବି କରିଛି।




