ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଆପ୍ର ଲଢ଼େଇକୁ କଂଗ୍ରେସର ସମର୍ଥନ
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ବୈଠକ ଅଛି। ଏହା ପୂର୍ବରୁ କଂଗ୍ରେସ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଆପ୍ର ଲଢ଼େଇକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି। ଆପ୍ ଦଳ ପାଇଁ ଏହା ବହୁତ ବଡ଼ ସମର୍ଥନ। କଂଗ୍ରେସ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଏହାର ମତ ସ୍ପଷ୍ଟ ନକଲେ ଆପ୍ ବିରୋଧୀ ବୈଠକକୁ ବର୍ଜନ କରିବ ବୋଲି ଧମକ ଦେଇଥିଲା। ବୈଠକର ଦୁଇ ଦିନ […]
ନୂଆଦିଲ୍ଲୀ : ଆସନ୍ତା ୧୮ ତାରିଖରେ ବେଙ୍ଗାଲୁରୁରେ ବିରୋଧୀ ବୈଠକ ଅଛି। ଏହା ପୂର୍ବରୁ କଂଗ୍ରେସ ଆଜି ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ଦିଲ୍ଲୀ ଅଧ୍ୟାଦେଶ ବିରୋଧରେ ଆପ୍ର ଲଢ଼େଇକୁ ସମର୍ଥନ କରିବ ବୋଲି ନିଷ୍ପତ୍ତି ନେଇଛି। ଆପ୍ ଦଳ ପାଇଁ ଏହା ବହୁତ ବଡ଼ ସମର୍ଥନ। କଂଗ୍ରେସ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଏହାର ମତ ସ୍ପଷ୍ଟ ନକଲେ ଆପ୍ ବିରୋଧୀ ବୈଠକକୁ ବର୍ଜନ କରିବ ବୋଲି ଧମକ ଦେଇଥିଲା। ବୈଠକର ଦୁଇ ଦିନ ପୂର୍ବରୁ କଂଗ୍ରେସ ଏହାର ମତ ସ୍ପଷ୍ଟ କରିଛି। କଂଗ୍ରେସ କହିଛି କେନ୍ଦ୍ର ସରକାରଙ୍କ ଦିଲ୍ଲୀ ଅଧ୍ୟାଦେଶକୁ ଏହା ସମର୍ଥନ କରିବନି। ତେବେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଏବଂ ବରିଷ୍ଠ କଂଗ୍ରେସ ନେତା ପି ଚିଦମ୍ବରମ ଆପ୍କୁ କଟାକ୍ଷ କରିଛନ୍ତି। ଚିଦମ୍ବରମ କହିଛନ୍ତି, ଆପ୍ ପାଟନା ବୈଠକରେ ଯେଭଳି ଭାବେ ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗ ଉଠାଇଛି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କଂଗ୍ରେସ ସାଧାରଣ ସଚିବ କେସି ବେଣୁଗୋପାଳ କହିଛନ୍ତି, ଆମେ ଅଧ୍ୟାଦେଶକୁ ସମର୍ଥନ କରୁନୁ।




