ଦିଲ୍ଲୀର ପ୍ରଥମ ଦଳିତ ମେୟର ମହେଶ ଖିଞ୍ଚି

ନୂଆଦିଲ୍ଲୀ: ଆପ୍‌ (ଆମ୍‌ ଆଦମୀ ପାର୍ଟି) କାଉନସିଲର ମହେଶ ଖିଞ୍ଚି ଦିଲ୍ଲୀର ପ୍ରଥମ ଦଳିତ ମେୟର ନିର୍ବାଚିତ ହୋଇଛନ୍ତି। ବିଜେପିର କିଶାନ ଲାଲ୍‌ଙ୍କୁ ହରାଇ ସେ ଦିଲ୍ଲୀର ମେୟର ନିର୍ବାଚିତ ହୋଇଛନ୍ତି। ଖିଞ୍ଚିଙ୍କୁ ୧୩୩ ଭୋଟ୍‌ ମିଳିଥିବାବେଳେ ଲାଲ୍‌ଙ୍କୁ ୧୩୦ ଭୋଟ୍‌ ମିଳିଥିଲା। ଅନ୍ୟ ୨ଟି ଭୋଟ୍‌ ନାକଚ ହୋଇଯାଇଛି। ୮ ଜଣ କଂଗ୍ରେସ କାଉନସିଲର ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ମେୟର ନିର୍ବାଚିତ ହେବାପରେ ଖିଞ୍ଚି କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଲୋକଙ୍କ ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ: ଆପ୍‌ (ଆମ୍‌ ଆଦମୀ ପାର୍ଟି) କାଉନସିଲର ମହେଶ ଖିଞ୍ଚି ଦିଲ୍ଲୀର ପ୍ରଥମ ଦଳିତ ମେୟର ନିର୍ବାଚିତ ହୋଇଛନ୍ତି। ବିଜେପିର କିଶାନ ଲାଲ୍‌ଙ୍କୁ ହରାଇ ସେ ଦିଲ୍ଲୀର ମେୟର ନିର୍ବାଚିତ ହୋଇଛନ୍ତି। ଖିଞ୍ଚିଙ୍କୁ ୧୩୩ ଭୋଟ୍‌ ମିଳିଥିବାବେଳେ ଲାଲ୍‌ଙ୍କୁ ୧୩୦ ଭୋଟ୍‌ ମିଳିଥିଲା। ଅନ୍ୟ ୨ଟି ଭୋଟ୍‌ ନାକଚ ହୋଇଯାଇଛି। ୮ ଜଣ କଂଗ୍ରେସ କାଉନସିଲର ଭୋଟିଂ ପ୍ରକ୍ରିୟାରେ ସାମିଲ ହୋଇନଥିଲେ। ମେୟର ନିର୍ବାଚିତ ହେବାପରେ ଖିଞ୍ଚି କହିଛନ୍ତି, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦିଲ୍ଲୀ ଲୋକଙ୍କ ପାଇଁ ଯେଉଁ ଭଳି କାମ କରିଛନ୍ତି ସେଭଳି ଦିଲ୍ଲୀ‌ ଲୋକଙ୍କର ସେବାପାଇଁ କାମ କରିବା ଏକ ଚ୍ୟାଲେଞ୍ଜ। ସହରର ସ୍ବଚ୍ଛତା ଦିଗରେ କାମ କରିବା ମୋର ପ୍ରାଥମିକତା ରହିବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷେ ଉପ ମେୟର ନିର୍ବାଚନ ପାଇଁ ଭୋଟ୍‌ ଗଣତି ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ ଦିଲ୍ଲୀ ମେୟର ହୋଇଥିବା ଶେଲି ଓବେରୟଙ୍କ ସ୍ଥାନରେ ସେ ଏହି ନୂଆ ଦାୟିତ୍ବ ନେବେ।

Tags: