ଦିଲ୍ଲୀର ନେହରୁ ମେମୋରିଆଲ ମ୍ୟୁଜିୟମ ହେଲା ପ୍ରଧାନମନ୍ତ୍ରୀ ମ୍ୟୁଜିୟମ

ନୂଆଦିଲ୍ଲୀ: ଦିଲ୍ଲୀର ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍ ଲାଇବ୍ରେରି (ଏନଏମଏମଏଲ) ର ନାଁ ପରିବର୍ତ୍ତନ କରି ପିଏମଏମଏଲ ( ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ୍ ଲାଇବ୍ରେରି) କରାଯାଇଛି। ଦେଶର ୭୭ତମ ସ୍ବାଧୀନତା ଦିବସରେ ଏହି ନାମକୁ ସରକାରୀ ସ୍ବୀକୃତି ମିଳିଛି। ଏନଏମଏମଏଲର କାର୍ଯ୍ୟପାଳିକା ପରିଷଦ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହା ଅବଗତ କରିଛନ୍ତି। ପିଏମଏମଏଲର ଉପାଧ୍ୟକ୍ଷ ମଧ୍ୟ ଏନେଇ ଏକ ଟ୍ବିଟ୍ କରିଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍ ଲାଇବ୍ରେରି ଅଗଷ୍ଟ ୧୪ରୁ ପ୍ରାଇମ୍ ମିନିଷ୍ଟର୍ସ ମ୍ୟୁଜିୟମ […]

Samaya Live Picture
Published On

ନୂଆଦିଲ୍ଲୀ: ଦିଲ୍ଲୀର ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍ ଲାଇବ୍ରେରି (ଏନଏମଏମଏଲ) ର ନାଁ ପରିବର୍ତ୍ତନ କରି ପିଏମଏମଏଲ ( ପ୍ରାଇମ ମିନିଷ୍ଟର୍ସ ମ୍ୟୁଜିୟମ ଆଣ୍ଡ୍ ଲାଇବ୍ରେରି) କରାଯାଇଛି। ଦେଶର ୭୭ତମ ସ୍ବାଧୀନତା ଦିବସରେ ଏହି ନାମକୁ ସରକାରୀ ସ୍ବୀକୃତି ମିଳିଛି। ଏନଏମଏମଏଲର କାର୍ଯ୍ୟପାଳିକା ପରିଷଦ ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଏହା ଅବଗତ କରିଛନ୍ତି। ପିଏମଏମଏଲର ଉପାଧ୍ୟକ୍ଷ ମଧ୍ୟ ଏନେଇ ଏକ ଟ୍ବିଟ୍ କରିଛନ୍ତି। ନେହରୁ ମେମୋରିଆଲ ମ୍ୟୁଜିୟମ ଆଣ୍ଡ୍ ଲାଇବ୍ରେରି ଅଗଷ୍ଟ ୧୪ରୁ ପ୍ରାଇମ୍ ମିନିଷ୍ଟର୍ସ ମ୍ୟୁଜିୟମ ଏବଂ ଲାଇବ୍ରେରି ହେଲା ବୋଲି ଏହି ପୋଷ୍ଟ୍ରେ ଲେଖାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ଜୁନ୍ରେ ଏନଏମଏମଏଲ ସୋସାଇଟିର ଏକ ସ୍ବତନ୍ତ୍ର ବୈଠକରେ ଏନଏମଏମଏଲର ନାମ ପରିବର୍ତ୍ତନ ସଂକ୍ରାନ୍ତ ନିଷ୍ପତ୍ତି ନିଆଯାଇଥିଲା। ସୋସାଇଟିର ଉପସଭାପତି ତଥା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ବୈଠକର ଅଧ୍ୟକ୍ଷତା କରିଥିଲେ।

Tags: