ଦିଲ୍ଲୀର ଚତୁର୍ଥ ମହିଳା ମୁଖ୍ୟମନ୍ତ୍ରୀ ହେଲେ ରେଖା ଗୁପ୍ତା
ନୂଆଦିଲ୍ଲୀ : ପ୍ରଥମ ଥର ବିଧାୟକ ହୋଇଥିବା ରେଖା ଗୁପ୍ତା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନ୍ଡିଏର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରେଖା ଆଜି ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ଏକ ଲାଲ୍ ରଙ୍ଗର ଶାଢ଼ି ଉପରେ ଜ୍ୟାକେଟ୍ ପିନ୍ଧି ରେଖା ଆଜି ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ରେଖାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗୁପ୍ତାଙ୍କ ବାଦ୍ ପରବେଶ […]
ନୂଆଦିଲ୍ଲୀ : ପ୍ରଥମ ଥର ବିଧାୟକ ହୋଇଥିବା ରେଖା ଗୁପ୍ତା ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଏନ୍ଡିଏର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରେଖା ଆଜି ରାମଲୀଳା ମଇଦାନରେ ଶପଥ ଗ୍ରହଣ କରିଛନ୍ତି। ଏକ ଲାଲ୍ ରଙ୍ଗର ଶାଢ଼ି ଉପରେ ଜ୍ୟାକେଟ୍ ପିନ୍ଧି ରେଖା ଆଜି ଶପଥ ଗ୍ରହଣ କରିଛନ୍ତି। ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍ସେନା ରେଖାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଗୁପ୍ତାଙ୍କ ବାଦ୍ ପରବେଶ ବର୍ମା, ମଞ୍ଜିନ୍ଦର ସିଂହ ସିର୍ସା ଏବଂ କପିଲ ମିଶ୍ରଙ୍କ ସମେତ ଅନ୍ୟ ୬ ଜଣ ବିଧାୟକ ଆଜି କ୍ୟାବିନେଟ୍ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ୫୦ ବର୍ଷୀୟା ରେଖା ଗୁପ୍ତା ନିକଟରେ ଶେଷ ହୋଇଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ଶାଲିମାର ବାଗ୍ ଆସନରୁ ଜିତିଥିଲେ। ପୂର୍ବରୁ ସେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଛାତ୍ର ସଂଗଠନ (ଡିୟୁଏସ୍ୟୁ)ର ସଭାପତି ଥିଲେ। ସେ ୨ ଥର କାଉନ୍ସିଲର ହୋଇଛନ୍ତି। ରେଖା ଗୁପ୍ତା ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ି ଶାଲିମାର ବାଗ୍ ଆସନରୁ ଆପ୍ର ବନ୍ଦନା କୁମାରୀ ଏବଂ କଂଗ୍ରେସର ପ୍ରବୀଣ କୁମାର ଜୈନଙ୍କୁ ହରାଇଛନ୍ତି। ସେ ୨୯,୫୯୫ ଭୋଟ ବ୍ୟବଧାନରେ ଏହି ଆସନରେ ଜିତିଥିଲେ।




