ଦିଲ୍ଲୀରେ ୭ରୁ ୭ ଆସନ ଜିତିଲା ବିଜେପି

ନୂଆଦିଲ୍ଲୀ : ଦିଲ୍ଲୀରେ ସମସ୍ତ ୭ଟି ଲୋକସଭା ଆସନରେ ବିଜେପି ଜିତିଛି। ଏହାଦ୍ବାରା କଂଗ୍ରେସ ଏବଂ ଆପ୍ର ଇଣ୍ଡି ମେଣ୍ଟକୁ ଜବରଦସ୍ତ ଝଟକା ଦେଇଛି ବିଜେପି। ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ ଏବଂ ବାଂସୁରୀ ସ୍ବରାଜ ନୂଆଦିଲ୍ଲୀ ଆସନରୁ ବିପୁଳ ଭୋଟ୍ରେ ବିଜୟୀ ହୋଇଛି। ସେହିପରି ଯୋଗେନ୍ଦ୍ର ଚାନ୍ଦୋଲିଆ ଉତ୍ତର ପଶ୍ଚିମ ଦିଲ୍ଲୀରେ ଲକ୍ଷାଧିକ ଭୋଟ୍ରେ ବିଜୟୀ ହୋଇଥିବା କମଳଜିତ ଶେହରାୱତ ପଶ୍ଚିମ ଦିଲ୍ଲୀ ଆସନରୁ ଏବଂ ରାମବୀର ସିଂହ ବିଧୁରୀ ଦକ୍ଷିଣ ଦିଲ୍ଲୀରୁ ବିଜୟୀ ହୋଇଛନ୍ତି। ପୂର୍ବ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ସମସ୍ତ ୭ଟି ଲୋକସଭା ଆସନରେ ବିଜେପି ଜିତିଛି। ଏହାଦ୍ବାରା କଂଗ୍ରେସ ଏବଂ ଆପ୍ର ଇଣ୍ଡି ମେଣ୍ଟକୁ ଜବରଦସ୍ତ ଝଟକା ଦେଇଛି ବିଜେପି। ଚାନ୍ଦିନୀଚୌକରୁ ପ୍ରବୀଣ ଖଣ୍ଡେଲୱାଲ ଏବଂ ବାଂସୁରୀ ସ୍ବରାଜ ନୂଆଦିଲ୍ଲୀ ଆସନରୁ ବିପୁଳ ଭୋଟ୍ରେ ବିଜୟୀ ହୋଇଛି। ସେହିପରି ଯୋଗେନ୍ଦ୍ର ଚାନ୍ଦୋଲିଆ ଉତ୍ତର ପଶ୍ଚିମ ଦିଲ୍ଲୀରେ ଲକ୍ଷାଧିକ ଭୋଟ୍ରେ ବିଜୟୀ ହୋଇଥିବା କମଳଜିତ ଶେହରାୱତ ପଶ୍ଚିମ ଦିଲ୍ଲୀ ଆସନରୁ ଏବଂ ରାମବୀର ସିଂହ ବିଧୁରୀ ଦକ୍ଷିଣ ଦିଲ୍ଲୀରୁ ବିଜୟୀ ହୋଇଛନ୍ତି। ପୂର୍ବ ଦିଲ୍ଲୀରେ ହର୍ଷ ମାଲହୋତ୍ରା ଏବଂ ଉତ୍ତର ପୂର୍ବ ଦିଲ୍ଲୀରୁ ମନୋଜ ତିୱାରୀ ବିଜୟୀ ହୋଇଛନ୍ତି। ଉତ୍ତର ପୂର୍ବ ଦିଲ୍ଲୀରେ କଂଗ୍ରେସର କହ୍ନେୟା କୁମାର ଲକ୍ଷାଧିକ ଭୋଟ୍ରେ ମନୋଜ ତିୱାରୀଙ୍କଠାରୁ ହାରିଯାଇଛନ୍ତି।

Tags: