ଦିଲ୍ଲୀରେ ୨୪ ଘଣ୍ଟାରେ ୪ ହତ୍ୟା, ଦିଲ୍ଲୀ ଉପରାଜ୍ୟପାଳଙ୍କୁ ଚିଠି ଲେଖିଲେ କେଜ୍ରିୱାଲ
ନୂଆଦିଲ୍ଲୀ : ଦିଲ୍ଲୀରେ ଅପରାଧ ବଢ଼ୁଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହତ୍ୟାକାଣ୍ଡ ହୋଇଛି। ତେଣୁ ଏଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ପାଖକୁ ଚିଠି ଲେଖିଛନ୍ତି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ ଉପରାଜ୍ୟପାଳଙ୍କୁ ଏଥିପାଇଁ କେଜ୍ରିୱାଲ କଟାକ୍ଷ କରିଛନ୍ତି। ମହିଳାଙ୍କୁ ସୁରକ୍ଷା ଦେବାନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାରେ ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ ଉପରାଜ୍ୟପାଳ ବିଫଳ ହୋଇଛନ୍ତି ବୋଲି […]
ନୂଆଦିଲ୍ଲୀ : ଦିଲ୍ଲୀରେ ଅପରାଧ ବଢ଼ୁଛି। ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୪ ହତ୍ୟାକାଣ୍ଡ ହୋଇଛି। ତେଣୁ ଏଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଦିଲ୍ଲୀ ଉପରାଜ୍ୟପାଳ ଭିକେ ସାକ୍ସେନାଙ୍କ ପାଖକୁ ଚିଠି ଲେଖିଛନ୍ତି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ ଉପରାଜ୍ୟପାଳଙ୍କୁ ଏଥିପାଇଁ କେଜ୍ରିୱାଲ କଟାକ୍ଷ କରିଛନ୍ତି। ମହିଳାଙ୍କୁ ସୁରକ୍ଷା ଦେବାନେଇ ଉଚିତ ପଦକ୍ଷେପ ଗ୍ରହଣ କରିବାରେ ଗୃହ ବ୍ୟାପାର ମନ୍ତ୍ରାଳୟ ଏବଂ ଉପରାଜ୍ୟପାଳ ବିଫଳ ହୋଇଛନ୍ତି ବୋଲି କେଜ୍ରିୱାଲ କହିଛନ୍ତି। ଏନସିଆରବି ରିପୋର୍ଟ ଦର୍ଶାଇ କେଜ୍ରିୱାଲ କହିଛନ୍ତି,ଦେଶରେ ମେଟ୍ରୋ ସହରରେ ମହିଳାଙ୍କ ବିରୋଧରେ ହେଉଥିବା ମୋଟ୍ ଅପରାଧ ମଧ୍ୟରୁୁ କେବଳ ୩୨.୨୦ ପ୍ରତିଶତ ଅପରାଧ ଦିଲ୍ଲୀରେ ହେଉଛି। ତେଣୁ ଏଦିଗରେ ତତ୍କାଳ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କେଜ୍ରିୱାଲ କହିଛନ୍ତି। ମୁଖ୍ୟମନ୍ତ୍ରୀ ଦାବି କରିଛନ୍ତି ଯେ ଅନେକ ଦିଲ୍ଲୀ ବାସିନ୍ଦା ସେମାନଙ୍କ ଜୀବନ ରକ୍ଷା ପାଇଁ ଘରୋଇ ସୁରକ୍ଷାକର୍ମୀଙ୍କୁ ରଖିଛନ୍ତି। ଦିଲ୍ଲୀରେ ଫିଲ୍ଡରେ ପୁଲିସଙ୍କ ସଂଖ୍ୟା କମ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ରାତିବେଳା ଫଳପ୍ରଦ ପୁଲିସ ପାଟ୍ରୋଲିଂ ଜରୁରୀ। କେଜ୍ରିୱାଲ ଉକ୍ତ ପ୍ରସଙ୍ଗରେ ତାଙ୍କ କ୍ୟାବିନେଟ୍ ସହକର୍ମୀ ଏବଂ ଏଲ୍ଜିଙ୍କ ମଧ୍ୟରେ ଏକ ବୈଠକ ରଖିଛନ୍ତି।




